୧୬ତମ ଜାତୀୟ ଭୋଟର ଦିବସ ପାଳନ

୧୬ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ଆନନ୍ଦପୁର ଉପ-ଜିଲ୍ଲାପାଳ ନୀଳମାଧବ ସୁନା ପ୍ରଥମ ପୁରସ୍କାରରେ ସମ୍ମାନିତ l ଆନନ୍ଦପୁର , ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ କନଭେନସନ ସେଣ୍ଟରଠାରେ ୧୬ତମ ରାଜ୍ୟସ୍ତରୀୟ ଜାତୀୟ ଭୋଟର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଆନନ୍ଦପୁର ଉପ-ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ ଇ ଆର ଓ ଶ୍ରୀ ନୀଳମାଧବ ସୁନାଙ୍କୁ ପ୍ରଥମ ପୁରସ୍କାରରେ ସମ୍ମାନିତ କରାଯାଇଛି।ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ‘ମ୍ୟାପିଂ ଅଫ୍ ଇଲେକ୍ଟର୍ସ’ କାର୍ଯ୍ୟକ୍ରମରେ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରିଥିବାରୁ ତାଙ୍କୁ ଏହି ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁନାଙ୍କୁ ଏହି ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଇ ତାଙ୍କର କୃତିତ୍ୱକୁ ପ୍ରଶଂସା କରାଯାଇଥିଲା।ଏହି ସଫଳତା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଶ୍ରୀ ସୁନା ନିଜର ପ୍ରତିକ୍ରିୟାରେ ଏହି ସଫଳତା ପାଇଁ ନିଜ ଟିମ୍‌ର ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *