କୋଣାର୍କ ଏନଏସି କୁ ପୌରପାଳିକା କରିବାକୁ ଦାବି
କୋଣାର୍କ – ବିଶ୍ୱ ଐତିହ୍ୟ ସ୍ଥଳୀ ପ୍ରସିଦ୍ଧ କୋଣାର୍କ ସହରକୁ ଅଧିକ ସରସ ସୁନ୍ଦର ନିମନ୍ତେ ଏନଏସି ରୁ ପୌରପାଳିକା କରିବା ପାଇଁ ସାଧାରଣରେ ଦାବି ହେଉଛି। ପ୍ରସିଦ୍ଧ କୋଣାର୍କ ନିକଟ ଅଞ୍ଚଳରେ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପୀଠ, ଭଗବତୀ ପୀଠ, ଚନ୍ଦ୍ରଭାଗା ବେଳାଭୁମି, ଚନ୍ଦ୍ରଭାଗା ତୀର୍ଥ, ରାମଚଣ୍ଡୀ ବେଳାଭୂମି, ମାରାମଚଣ୍ଡୀ ପୀଠ ଓ ବଣଭୋଜି ସ୍ଥଳୀ, ବାବା ବାଲି କପିଳେଶ୍ୱର ପୀଠ, ଗରୁଡେଶ୍ୱର ପୀଠ, ଅର୍କେଶ୍ୱର, ତ୍ରିବେଣୀଶ୍ୱର, ଐଶାନେଶ୍ୱର, ଦକ୍ଷିଣେଶ୍ୱର ମହାଦେବ ମନ୍ଦିର, କୁରୁମ ବୌଦ୍ଧ ପୀଠ ସହ ଅନେକ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳି ରହିଛି। ଏହାର ପାରିପାର୍ଶ୍ବିକ ବିକାଶ ଓ ଏହି ଅଞ୍ଚଳର ଜନ ସାଧାରଣ, ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ଜରୁରୀ ସୁବିଧା ସୁଯୋଗ ବ୍ୟବସ୍ଥା ଅଧିକ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାକୁ ଏନଏସି ରୁ ପୌରପାଳିକା କରିବା ପାଇଁ ସାଧାରଣରେ ଦାବି ହେଉଛି। ଏନଏସି ପରେ ସଂଲଗ୍ନ କୁରୁଜଙ୍ଗ ପଞ୍ଚାୟତ, ସୂତନ ଓ ବନାଖଣ୍ଡି ପଞ୍ଚାୟତ କୁ ମିଶାଇ ଏହାକୁ ବଢାଇ ଯାଇ ପାରିବ। ଯାହା ଫଳରେ ଏହି ଅଞ୍ଚଳରେ ଥିବା ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀର ବିକାଶ ହୋଇ ପାରିବ।
