ଆର୍ଯ୍ୟାନ୍ ଏକାଡେମୀ ତରଫରୁ ସାଂସ୍କୃତିକ ଓ ପାରମ୍ପରିକ ନୃତ୍ୟ ଉତ୍ସଵ
ବ୍ରହ୍ମପୁର ୧୬/୦୧ ଗଂଜାମ କଳା ପରିଷଦଠାରେ ଆର୍ଯ୍ୟାନ୍ ଏକାଡେମୀ ଏଣ୍ଡ ଆର୍ଯ୍ୟାନ୍ ଟ୍ରଷ୍ଟ ଫାଉଣ୍ଡେସନ ତରଫରୁ ଓଡ଼ିଶା କଲ୍ଚର ଏଣ୍ଡ ଟ୍ରେଡିସ୍ନାଲ ଫେଷ୍ଟ୍ ମହାସମାରୋହରେ ଆୟୋଜିତ ହୋଇଯାଈଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ମେୟର ସଂଘମିତ୍ରା ଦଳାଇ ,ସମ୍ମାନୀତ ଅତିଥି ଜିଲ୍ଲା ବିଜେପି ସଭାପତି ସରୋଜ ସାବତ, ସାଂସଦ ପ୍ରତିନିଧି ମିନା ଦ୍ୟାନସାମନ୍ତରାୟ,ସମାଜସେବୀ ଏ.ସନ୍ତୋଷ ପାତ୍ର, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ଆଇନଜୀବି ସଞ୍ଜୟ ଜେନା ,ଶିକ୍ଷାବିତ୍ କାଳୀ ଚରଣ ସାହୁ , ସମାଜସେବୀ ଅଜିତ ସ୍ବାମୀ ପାତ୍ର, ବାବୁ ଗୌଡ଼,ଭଗବାନ୍ ପାତ୍ର, ଡ଼ା ଶ୍ୱେତା ପାତ୍ର, ଡ଼ା ମୀରା ବାଇ, ଡ଼ା ରିଶିକା ସେନ, ଇଞ୍ଜିନିୟରିଂ ଯାମିନି କାନ୍ତ ଦାସ, ସଚିନ୍ ପଣ୍ଡା, ସୁଶାନ୍ତ ସାବତ,ଶିକ୍ଷାବିତ୍ ଆଶୁତୋଷ ପାଢ଼ୀ,ଉପଦେଷ୍ଟା ଅନିଲ ପାତ୍ର ଓ ସାମ୍ୱାଦିକ ସୁଦୀପ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଏକାଡେମୀ ପକ୍ଷରୁ ପ୍ରତିଷ୍ଠାତ୍ରୀ ମିନା ଦାସ ଏହାର ନେତୃତ୍ଵ ନେଇଥିବା ବେଳେ ସଭାପତି ନାରାୟଣ ମହାକୁଡ ଅଧ୍ୟକ୍ଷତା କରିଥିଲେ ।

କାହୁଁ ରାଉତ ସଂଯୋଜନା କରିଥିବା ବେଳେ ତରୁଣ, ରବିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତା ସହଯୋଗ କରିଥିଲେ । ପାରମ୍ପରିକ ସୁନ୍ଦରୀ ପ୍ରତି ଯୋଗିତାରେ ମିସ ବିଭାଗରେ ଜସ୍ମିଁନ୍ ସାମନ୍ତରାଙ୍କୁ ମିସ ଆଇକୋନିକ୍ ଅଫ ଓଡ଼ିଶା ଭାବେପୁରସ୍କାର ପ୍ରଦାନ କରାଯାଇଥିଲା । ମିସେସ ରେ ସସ୍ମିତା ପଟ୍ଟନାୟକ ଙ୍କୁ ଆଇକନ୍ ଅଫ ଓଡ଼ିଶା, କିଡସ୍ ରେ ଶାନଭି ସମ୍ପନା ବିଜେତା ହୋଇ ପୁରସ୍କୃତ ହୋଇଥିଲେ । ମିସ ରେ ଫାଷ୍ଟ ରନର ଅପ ଅଜମା ଖାତୁନ ଓ କିଡ୍ସ ରେ ତପସ୍ୟା ଦଣ୍ଡସେନା ଙ୍କୁ ଫାଷ୍ଟ ରନରସ ଅପ ଭାବେ ପୁରସ୍କାର ପ୍ରଦାନ କରାଯାଇଥିଲା ।
