ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ୧୬ ନମ୍ବର ୱାର୍ଡ ବସଷ୍ଟାଣ୍ଡ ପରିସରରେ ହାଇମାଷ୍ଟ ଲାଇଟର ଶୁଭାରମ୍ଭ କାର୍ଯ୍ୟକ୍ରମ
ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ୧୬ ନମ୍ବର ୱାର୍ଡ ବସଷ୍ଟାଣ୍ଡ ପରିସରରେ ହାଇମାଷ୍ଟ ଲାଇଟର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ବ୍ୟାସନଗର ପୌର ପ୍ରଶାସନ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ୧୬ ନମ୍ବର ୱାର୍ଡର କାଉନସିଲର ସଭ୍ୟ ଶିବାନନ୍ଦ ନାୟକ ଅତିଥିଭାବେ ଯୋଗଦେଇ ସୁଇଜ ମାରି ହାଇମାଷ୍ଟ ଲାଇଟର ଶୁଭାରମ୍ଭ କରିଥିଲେ l ପ୍ରକାଶ ଯୋଗ୍ୟ ଏହି ବସଷ୍ଟାଣ୍ଡ ପରିସରରେ ହାଇମାଷ୍ଟ ଲାଇଟ ଲଗେଇବା ପାଇଁ ଅନେକ ଦିନ ହେବ ଅଂଚଳ ବାସି ସ୍ଥାନୀୟ କାଉନସିଲର ଙ୍କ ନିକଟରେ ଦାବି କରୁଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ବାସି, ସ୍ଥାନୀୟ ବ୍ୟବସାୟୀ ଓ ବସ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
