ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ

ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ସହରର ସାରଙ୍ଗଧର ଷ୍ଟାଡିୟମ ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ପାଳନ କରାଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଦିନମଣି ନାୟକ ଯୋଗଦେଇ ନିର୍ଦ୍ଧାରିତ ସମୟରେ ଜାତୀୟପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l ଏଇ ଅବସରରେ ଉପଖଣ୍ଡର ବିଭିର୍ନ୍ନ ପ୍ରାନ୍ତର ବିଭିର୍ନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ପ୍ୟାରେଡ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତୀ ପ୍ରତିଯୋଗୀ ଦଳଙ୍କୁ ପୁରସ୍କୃତ କରାଯାଇଥିଲା l ଏଥିରେ ଏସ୍ଡ଼ିପିଓ ରଜନୀକାନ୍ତ ସାମଲ, ତହସିଲଦାର ଶୁଭଙ୍କର ମହାନ୍ତି, ସହକାରୀ ଜିଲ୍ଲାପାଳ ସୋମ୍ୟଜିତ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ l ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଶ୍ମି ରଞ୍ଜନ ବିଶ୍ୱାଳ, ରାକେଶ କୁମାର ସାହୁ ପ୍ରମୁଖ ସାହାଯ୍ୟ ପ୍ରଦାନ କରିଥିଲେ l

Leave a Reply

Your email address will not be published. Required fields are marked *