ବିଦ୍ୟାଳୟରେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।
ରଘୁନାଥପୁର ତା୨୭-୧ :–ଜଗତସିହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସ୍ବପ୍ନେଶ୍ବର ବିଦ୍ୟାଳୟ ରେ ଗତ ସୋମବାର ସାଧାରଣତନ୍ତ୍ର ଦିବସ ଅବସରରେ ଏହି ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଦିବାକର ଖଟୁଆ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ। ଏହାପରେ କ୍ରୀଡା ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ସିଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ପୁରସ୍କାର ବିତରଣ ଉତ୍ସବ କୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀମାନେ ସହଯୋଗ କରିଥିଲେ।
