ସୌମ୍ୟରଞ୍ଜନ ପାଇଲେ ରାଷ୍ଟ୍ରପତି ପୁରସ୍କାର

ଗଣିଆ – ଗଣିଆ ବ୍ଲକ୍‌ କିଶୋର ପ୍ରସାଦ ଗ୍ରାମପଞ୍ଚାୟତର ପାଣ୍ଡରାସିଂହା ଗାଁର ବାସିନ୍ଦା ମୁକୁନ୍ଦ ବେହେରାଙ୍କ ଏକ ମାତ୍ର ପୁତ୍ର ସୌମ୍ୟରଞ୍ଜନ ବେହେରା, ଯିଏ ଭାରତୀୟ ନୌସେନାରେ ଏଡଭାନ୍ସ୍‌ ଲାଇଟ୍‌ ହେଲିକପ୍ଟର (ରେସ୍କ୍ୟୁ ହେଲିକପ୍ଟର)ରେ ଏୟାର୍‌ କ୍ରୁ ଡାଇଭର ଭାବେ କାର୍ଯ୍ୟରତ, ତାଙ୍କୁ ଅସାଧାରଣ ସାହସ ପାଇଁ ରାଷ୍ଟ୍ରପତିଙ୍କ ‘ଉତ୍ତମ ଜୀବନ ରକ୍ଷା ପଦକ’ ପ୍ରଦାନ କରାଯାଇଛି। ସମୁଦ୍ରରେ ସଙ୍କଟରେ ପଡ଼ିଥିବା ୧୧ ଜଣ ମତ୍ସ୍ୟଜୀବୀଙ୍କୁ ନିଜର ଜିବନ କୁ ବାଜିଲଗାଇ ଉଦ୍ଧାର କରିଥିବାରୁ ଏବଂ ଅପରେସନ୍‌ ସମୟରେ ଦେଖାଇଥିବା ଅସାଧାରଣ ସାହସ ଓ ସଚେତନତା ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଆଜି ଗଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଦୈପ୍ରଦୀ ମୁର୍ମୁ ତାଙ୍କୁ ଏହି ପଦକ ପ୍ରଦାନ କରିଥିବା ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ଗ୍ରାମ ପାଣ୍ଡରାସିଙ୍ଗାରେ ଖୁସିର ଲହରୀ ଖେଳିଯାଇଛି । ଅନେକ ବୁଦ୍ଧିଜୀବୀ ତାଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *