୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ


୭୭ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
ଜଗତସିଂହପୁର – ୨୬. ୧. ୨୬- ଜଗତସିଂହପୁର ଜିଲ୍ଲା ପ୍ରଶାସନ ଓ ସୂଚନା ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ୭୭ ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି, ସକାଳ ସାତ ଘଟିକା ସମୟରେ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟଠାରୁ ବିଦ୍ୟାଳୟ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ଏକ ସାଇକେଲ ଶୋଭାଯାତ୍ରା ବାହାରି ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପର୍ଯ୍ୟନ୍ତ ଯାଇଥିଲା l ୮. ୩୦ ମିନିଟିରେ ମୁଖ୍ୟଅତିଥି ଜିଲ୍ଲାପାଳ ଜେ. ସୋନାଲ ଓ ଜିଲ୍ଲା ପୋଲିସ ଆରକ୍ଷୀ ଅଙ୍କିତ ଚନ୍ଦ୍ର ଵର୍ମା ଜାତୀୟ ପତାକା ଉତ୍ତୋଳନ କରିଥଲେ l ମୁଖ୍ୟ ଅତିଥି ପ୍ୟାରେଡ ରେ ଅଂଶ ଗ୍ରହଣ କରିଥିବା ବିଦ୍ୟାଳୟର ଦଳମାନଙ୍କର ପ୍ୟାରେଡ ଅନୁଧ୍ୟାନ କାରି ଥିଲେ l ସାଧାରଣ ତନ୍ତ୍ର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ, ବକ୍ତୃତା, ସଂଗୀତ, ଜଣାଅଜଣା ରେ ଅଂଶ ଗ୍ରହଣ କାରି କୃତିତ୍ୱ ଅର୍ଜନ କରିଥିବା ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ମୁଖ୍ୟ ଅତିଥି, ଏଥି ସହିତ ବିଦ୍ୟାଳୟ ସ୍ତରରେ ବଛାବାଚ୍ଛ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଚୟନ ହୋଇଥିବା ଦଳ ମନେ ପଡିଆ ମଧ୍ୟ ଭାଗରେ ସେମାନଙ୍କର ଦେଶାତ୍ମକ ସଂଗୀତରେ ନୃତ୍ୟ ପଦର୍ଶନ କରିଥିଲେ l ପରେ ଅତିଥିମାନେ ଜଗତସିଂହପୁର ମୁଖ୍ୟ ଡାକ୍ତର ଖାନା ଓ ଆଳିପିଙ୍ଗଳ ଠାରେ କୟ ଦି ମାନଙ୍କୁ ଫଳ ବଣ୍ଟନ କରିଥିଲେ l ସଂନ୍ଧ୍ୟା ୬. ୩୦ ମିନିଟିରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ସାଂସ୍କୃତିକ କାର୍ଯ୍ୟ କ୍ରମ ରହିଛି l

Leave a Reply

Your email address will not be published. Required fields are marked *