୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ

୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ
ଜଟଣୀ ୨୭-୦୧-୨୬ ଯାଆଁଳା ଓଗାଳପଡା ସ୍ଥିତ ତଳଖେତା ଛକ ଜଟଣୀ ଗେଟ ନିକଟରେ ରହିଛି ମା’ ମାଣିକେଶ୍ବରୀ ଵୃଦ୍ଧାଶ୍ରମ ଓ ନିଶା ନିବାରଣ କେନ୍ଦ୍ର ଏବଂ ମାନସିକ ଗବେଷଣା କେନ୍ଦ୍ର | ଏଠାରେ ଥିବା ନିଶା ନିବାରଣ କେନ୍ଦ୍ରର ଅନ୍ତେବାସୀ ମାନେ ନିଶା କବଳରୁ ମୁକ୍ତ ହେବା ସହ ବିଭିନ୍ନ ଅବସରରେ ବିଭିନ୍ନ ପର୍ବ ପର୍ବାଣି କେନ୍ଦ୍ର ପରିସରରେ ପାଳନ କରିଥାନ୍ତି | ସେହି କ୍ରମରେ କେନ୍ଦ୍ର ପରିସରରେ କେନ୍ଦ୍ରର ଅନ୍ତେବାସୀ ମାନେ ମହା ସମାରୋହରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହିତ ନିଶା ମୁକ୍ତ ଜୀବନର ବାର୍ତ୍ତା ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଣୀତାଲ ଭଦ୍ରକ ହାଇଟେକ ଇନିଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୁବ୍ରତ ଶେଖର ପଟ୍ଟନାୟକ ଯୋଗ ଦେଇ ଦେଶ ପ୍ରେମ ବାର୍ତ୍ତା ସହ ନିଶା ନିବାରଣ ବାର୍ତ୍ତା ପ୍ରଦାନ କରିଥିଲେ | ମା’ ମାଣିକେଶ୍ବରୀ କେନ୍ଦ୍ରର ପରିଚାଳକ ସର୍ବେଶ୍ୱର ପଲେଇ ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତ ଅନ୍ତେବାସୀ ମାନଙ୍କୁ ସାରା ଜୀବନ ନିଶା ମୁକ୍ତ ଜୀବନ ବିତାଇବା ପାଇଁ ଶପଥ ପାଠ କରାଇଥିଲେ | ପରିଶେଷରେ କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତ ଅନ୍ତେବାସୀ ଓ ଅତିଥି ଏବଂ ସାଧାରଣ ଜନତାଙ୍କୁ ମିଠା ବଣ୍ଟନ କରା ଯାଇଥିଲା |

Leave a Reply

Your email address will not be published. Required fields are marked *