ନବ ନିର୍ମାଣ କୃଷକ ସଂଗଠନ ବଂଦ ଡାକରା।
ରଘୁନାଥପୁର:- ତା ୨୮/୧ ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ବରେ ଆଜି ଜାନୁଆରୀ ୨୮ ତାରିଖ, ବୁଧବାର ଓଡିଶା ବନ୍ଦ୍ ଡାକରା ଦିଆ ଯାଇଥିଲା। ସଂଗଠନର ମୁଖ୍ୟ ଦାବି ଥିଲା ମଣ୍ଡିରେ ଗରିବ ଚାଷୀର ଧାନକୁ ମିଲର ଦ୍ଵାରା କ୍ଵିଣ୍ଟାଲ ପିଚ୍ଛା ୩/୧୦ କେଜି ଧାନ ଚୋରି କରନଯାଉ। ଟାଟା କମ୍ପାନୀ ମାଧ୍ୟମରେ ଓଡ଼ିଶାର ବିଦ୍ୟୁତ୍ ଉପଭୋକ୍ତା ମାନଙ୍କ ଠାରୁ ସ୍ମାର୍ଟ ମିଟର ଏବଂ ଅତିରିକ୍ତ ସୁରକ୍ଷା ଜମା ବାହାନାରେ ଅର୍ଥ ଆଦାୟ କରାନଯାଉ। ପଲ୍ୟୁସନ୍ ସାର୍ଟିଫିକେଟ ନାମରେ ସାଧାରଣ ଲୋକଙ୍କ ପାଖରୁ ଜୋରିମାନା ଆଦାୟ କରାନଯାଉ। ଅକ୍ଷୟ କୁମାରଙ୍କ ଡାକରାରେ ଆଜି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବଜାରର ବ୍ଳକ୍ ଛକ ଠାରେ ସଂଗଠନର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ନେତୃତ୍ବରେ ପ୍ରତୀକାତ୍ମକ ଭାବେ କଟକ ପାରାଦୀପ ରାସ୍ତାକୁ ଅବରୋଧ କରାଯାଇଥିଲା। ଶାନ୍ତି ଶୃଙ୍ଖଳାର ସହ ସତ୍ୟାଗ୍ରହ ଚାଲିଥିଲା। ରାସ୍ତା ଅବରୋଧ ପୂର୍ବରୁ ନବନିର୍ମାଣ କୃଷକ ସଂଗଠନର ଚାଷୀ ନେତୃତ୍ବ ମାନେ ବଜାର ପରିକ୍ରମା କରି ସାଧାରଣ ଲୋକଙ୍କୁ ମାଇକ ମାଧ୍ୟମରେ ଓଡ଼ିଶା ବନ୍ଦ୍ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହା ପରେ ସତ୍ୟାଗ୍ରହ ସ୍ଥଳ ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜରାସ୍ତା ଉପରେ ଓଡ଼ିଶା ବନ୍ଦ୍ ପରିପ୍ରେକ୍ଷୀରେ ସଭା କରିଥିଲେ। ଦୁଗ୍ଧ ବୁହା ଯାନ, ଆମ୍ବୁଲାନ୍ସ, ରୋଗୀ, ଛାତ୍ରଛାତ୍ରୀ ମାନଙ୍କ ପଥ ଅବରୋଧ କରାଯାଇନଥିଲା। ବାଇକ୍ ଆରୋହୀ ମାନଙ୍କୁ ମଧ୍ୟ ସତ୍ୟାଗ୍ରହ ସ୍ଥଳ ପାର୍ଶ୍ଵ ରାସ୍ତାରେ ଯିବାକୁ ଦିଆଯାଇଥିଲା। ଏଥିପାଇଁ ଜନତାଙ୍କ ତରଫରୁ ଆନ୍ଦୋଳନକୁ ସମର୍ଥନ ମିଳିଥିଲା। ସ୍ଵେଚ୍ଛାକୃତ ଭାବେ ଅନେକ ଦୋକାନ ବନ୍ଦ୍ ରହିଥିଲା। ଆଜିର ଏହି ଓଡ଼ିଶା ବନ୍ଦ୍ ସତ୍ୟାଗ୍ରହକୁ ବିଜେଡି, କଂଗ୍ରେସ ଭଳି ରାଜନୈତିକ ଦଳମାନେ ସମର୍ଥନ ଜଣାଇଥିବାରୁ, ଆନ୍ଦୋଳନର ଏହା ଏକ ଗୁରୁତ୍ଵ ପୂର୍ଣ୍ଣ ଦିଗ ଭାବେ ପ୍ରମାଣିତ ହୋଇ ପାରିଲା। ଯାହା ଆଗାମୀ ଦିନରେ ବିଜେପି ସରକାର ବିରୋଧରେ ବ୍ୟାପକ ଜନ ଅସନ୍ତୋଷ ଦେଖାଯିବାର ସମ୍ଭାବନା ସୃଷ୍ଟି ହୋଇଛି।

ଆଜିର ଏହି ସତ୍ୟାଗ୍ରହ ସ୍ଥଳୀରେ ଶ୍ରୀ ମହାରଣା ନିଜର ବକ୍ତବ୍ୟ ମାଧ୍ୟମରେ କହିଲେ କି ବିଜେପି ସରକାର ବାସ୍ତବରେ ଲୋକ ସରକାର ନୁହେଁ ଏହା ଜୋକ ସରକାର। ଧାନ ମଣ୍ଡିରେ ଗରିବ ଚାଷୀର କଷ୍ଟ ଉପାର୍ଜିତ ଧାନରୁ ୫/୧୦ ଚୋରିକରୁଛନ୍ତି, ମନମୁଖୀ ଭାବେ ଟୋକେନ୍ ଦେଉଛନ୍ତି, ଚାଷୀର ଧାନ ବିକ୍ରି ପରିମାଣକୁ ହ୍ରାସ କରିଛନ୍ତି, ଅଖା କିମ୍ବା ଅଖା ପଇସା ଚାଷୀଙ୍କୁ ଦେଉନାହାନ୍ତି, ଚାଷୀଙ୍କୁ ଉପହାସ କରୁଛନ୍ତି, ଚାଷୀଙ୍କୁ ସହଯୋଗ କରିବା ପରିବର୍ତ୍ତେ ଅବହେଳା ପ୍ରଦର୍ଶନ କରୁଛନ୍ତି ଯାହା ଅତ୍ୟନ୍ତ ମାନବିକତା। କମ୍ପାନୀ ମାନଙ୍କ ପାଖରୁ ପାଖାପାଖି ଚାରିହଜାର କୋଟି ଟଙ୍କା ଜଳକର ବାବଦରେ ପଡ଼ି ରହିଛି ଯାହା ସରକାର, କୋଟିପତି କମ୍ପାନୀମାନଙ୍କ ପାଖରୁ ଆଦାୟ କରୁନାହିଁ। ବିଦ୍ୟୁତ୍ ଉତ୍ପାଦନକାରୀ କମ୍ପାନୀ ମାନଙ୍କ ପାଖରେ ଶହଶହ କୋଟି ଟଙ୍କା ଅନାଦେୟ ଭାବେ ପଡି ରହିଛି। ୩୦୦ ୟୁନିଟ ବିଜୁଳି ମାଗଣା ଦେବା ପରିବର୍ତ୍ତେ ଟାଟା କମ୍ପାନୀ ଦ୍ଵାରା ସ୍ମାର୍ଟ ମିଟର ବସାଇ, ଅତିରିକ୍ତ ସୁରକ୍ଷା ଜମା ନାମରେ ଏବଂ ପଲ୍ୟୁସନ୍ ସାର୍ଟି ଫିକେଟ୍ ନାମରେ ସାଧାରଣ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରୁଛି ଏ ସରକାର। ଉପମୁଖ୍ୟମନ୍ତ୍ରି କନକ ବର୍ଦ୍ଧନ ସିଂଦେଓ ଏବଂ ବିଜେପି ପ୍ରବକ୍ତା ଚାଷୀ ମାନଙ୍କୁ ଉପହାସ କରିବା ଏ ସରକାରର ମୂର୍ଖତା ତଥା ଔଦ୍ଧତ୍ୟତାକୁବପ୍ରମାନିତ କରିଛି। ତେଣୁ ଆଗାମୀ ଦିନରେ ଦଳମତ ନିର୍ବିଶେଷରେ ଲୋକ ସ୍ୱାର୍ଥ ପୁରଣ ନିମନ୍ତେ ଆଉ ଏକ ବଡ଼ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ଯାହା ଆଜିର ସତ୍ୟାଗ୍ରହରେ ପ୍ରମାଣିତ ହୋଇପାରିଛି। ଏହି ସତ୍ୟାଗ୍ରହରେ ଶରତ ଚନ୍ଦ୍ର ମହାପାତ୍ର, ନିଗମାନନ୍ଦ ଦାସ, ଅସଗର୍ ଅଲ୍ଲୀ, ସନ୍ତୋଷ ପାତ୍ରା, ସନ୍ତୋଷ ପ୍ରଧାନ ପ୍ରଭୃତି ଚାଷୀ ନେତୃତ୍ବ ମାନେ ସାମିଲ ଥିଲେ।
