ବେଳାଭୂମି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା
ବେଳାଭୂମି ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା ମଇଥାଲି ଠାକୁର, ସୋହିନୀ ମିଶ୍ର, ରାହୁଲ ସିପ୍ଲିଗଞ୍ଜ ଏବଂ ଶଶାଙ୍କ ଶେଖର ସଂଗୀତ ସହିତ ସ୍ଥାନୀୟ ଓ ଜାତୀୟସ୍ତରର ଲୋକନୃତ୍ୟର ଅପୂର୍ବ ସଙ୍ଗମ ଛତ୍ରପୁର ୨୮.୦୧.୨୬ ଗୋପାଳପୁର ବେଳାଭୂମି ମହୋତ୍ସବର ଆଜିର ଦ୍ବିତୀୟ ସଂଧ୍ଯାରେ ମାନ୍ଯବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଜିର ସାନ୍ଦ୍ୟ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଶ୍ରୀ ପୂଜାରୀ ସାମୁଦ୍ରିକ ସୌନ୍ଦର୍ଯ୍ୟ କଡରେ ସାଂସ୍କୃତିକ ସୌନ୍ଦର୍ଯ୍ୟ ମୋତେ ଅଭିଭୂତ କରିଛି ଗୋପାଳପୁର ବେଳାଭୂମି ଅନ୍ତର୍ଜାତୀୟ ସ୍ତରରେ ନାମିତ ହେବ l ବନାରସର ସମୁଦ୍ର ଆଳତି କୁ ପ୍ରଶଂସା କରିଥିଲେ l ଏହି ଉତ୍ସବ ଭକ୍ତିର ବାତାବରଣ ସାଜିଛି । ଉତ୍ସବ ଗୋଟେ ,ମହୋତ୍ସବ ଗୋଟେ କିନ୍ତୁ ଦିଗ ଅନେକ ବୋଲି କହିଥିଲେ l ଏହି ଉତ୍ସବରେ ଭାରତୀୟ ନୌବାହିନୀ ଏବଂ ତଟରକ୍ଷା ବାହିନୀ ପାରଦର୍ଶିତା ପ୍ରଦର୍ଶନୀର ପ୍ରଶଂସା କରିଥିଲେ l ପୁଣି ଥରେ ଗଞ୍ଜାମ ପ୍ରତ୍ୟେକ ବର୍ଷ ଏହି ମହୋତ୍ସବ ପାଳନ କରିବାକୁ ଆହ୍ବାନ ଦେଇଥିଲେ l ଖାଦ୍ଯ ଯୋଗାଣ ଓ ଖାଉଟୀ କଲ୍ଯାଣ ତଥା ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ଯା ବିଭାଗ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ ଏହି ଜିଲ୍ଲାର କଳା ,ସଂସ୍କୃତି ଓ ପରମ୍ପରା ଝଲକ ଦେଖିବାକୁ ପାଇଥିଲେ l ଆତ୍ମ ନିର୍ଭର ଭାରତ, ଅପରେସନ ସିନ୍ଦୂର ଓ DRDO ବୈଜ୍ଞାନିକ ମାନଙ୍କର ଆଧୁନିକତାର ସଫଳତାକୁ ପ୍ରୋତ୍ସାହନ ଦେଇଥିଲେ l ଆଗାମୀ କିଛିଦିନ ପରେ ଆମ ଭାରତ ବର୍ଷ ଶକ୍ତିଶାଳୀ ରାଷ୍ଟ୍ର ହେବା ବୋଲି କହିଥିଲେ ।ବାଣିଜ୍ଯ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, , ମାନନୀୟା ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ,, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ଯକ୍ଷ ଶ୍ରୀ ଏ. ଜାନକୀ ରାମ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ସମୁଦ୍ରର ମନଲୋଭା ପବନ ଓ ଢେଉ ସନ୍ନିକଟରେ ଜାତୀୟସ୍ତରର ସୁନାମଧନ୍ୟ କଣ୍ଠଶିଳ୍ପୀ ମଇଥାଲି ଠାକୁର, ସୋହିନୀ ମିଶ୍ର, ରାହୁଲ ସିପ୍ଲିଗଞ୍ଜ ଏବଂ ଶଶାଙ୍କ ଶେଖରଙ୍କ ପରିଚିତ ସ୍ୱର, ଲୟ, ତାଳର ସଂଗୀତରେ ଦର୍ଶକ ମାନେ ବିଭୋର ହୋଇଥିଲେ।ଓଡିଶୀ, କାଲବେଲିଆ ରାଜସ୍ଥାନୀ, ମଡର୍ଣ୍ଣ ଡ୍ଯାନ୍ସ, ଆଦିବାସୀ ନୃତ୍ଯ, କାଠପଦାର ନବଦୂର୍ଗା, ମହାରାଷ୍ଟ୍ରର ଲବଣୀ, ବଲିଉଡ୍ ଫ୍ରି ଷ୍ଟାଇଲ୍, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ଯ, ମାଲଖମ୍ବ , ଆସାମର ବିହୁ, ଘୁମର ଚକ୍ରି କାଲବେଲିଆ ଓ ଅନ୍ୟାନ୍ୟ ଲୋକନୃତ୍ଯ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
