ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

Date-29/01/26*ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡିଆ ରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇ ଯାଇଛି।ଏହି ଅବସରରେ ଜିଲ୍ଲା କୃଷି ମୁଖ୍ୟ ଅଧିକାରୀ କୁଳମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ଡଃ ବିଭୁପ୍ରସାଦ ତରାଇ ସମ୍ନାନିତ ଅତିଥି ଭାବରେ ଜିଲ୍ଲାପାଳ ଜେ ସୋନାଲ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ , ଜଗତସିଂହପୁର ପୋୖରାଧକ୍ଷା ଅର୍ଚନା ସିଂହ ଓ କୃଷିବିଭାଗ ନିର୍ବାହୀଯନ୍ତ୍ରୀ ପ୍ରଶାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାରେ କୃଷି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପୁରସ୍କୃତ ହୋଇଥିବା ସଫଳ ଚାଷୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଦିଆଯାଇ ପୁରସ୍କୃତ କରା ଯାଇ ଥିଲା । ଏହି କୃଷିଯନ୍ତ୍ରପାତି ମେଳା ୫ ଦିନ ଧରି ଅନୁଷ୍ଠିତ ହେବକୁ ଥିବା ବେଳେ ଜଗତସିଂହପୁର ଜିଲ୍ଲାର ଶତାଧିକ ଚାଷୀ ଏହି ମେଳାରେ ଯୋଗଦେବା ସହିତ ଅତ୍ୟାଧୁନିକ ଯନ୍ତ୍ରପାତି ଓ କୃଷି ସମ୍ବନ୍ଧୀୟ ଜ୍ଞାନ କୌଶଳ ଉପରେ ସଚେତନ ହୋଇ ଥିଲେ ।

Leave a Reply

Your email address will not be published. Required fields are marked *