ଜଗତସିଂହପୁରକାଗତସିଂହପୁର ଜିଲ୍ଲା ପିଏମ ଶ୍ରୀ ଉତ୍ସବ ପାଳିତ
ଜଗତସିଂପୁର – ୨୯. ୧-ଜଗତସିଂହପୁର ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଆୟୋଜିତ ହୋଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବୈଜ୍ଞାନିକ ସମ୍ବଦ୍ଧିୟ ଷ୍ଟଲ ଗୁଡିକରେ ବୈଜ୍ଞାନିକ ତଥ୍ୟଭିତିକ ପ୍ରୋଜେକ୍ଟ ରେ ଛାତ୍ର, ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିବା ନୂତନ ଜ୍ଞାନକୌଶଳ କୁ ଅତିଥି ମନେ ପ୍ରଦର୍ଶିତ କରିଥିଲେ, ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଛାତ୍ର ଛାତ୍ରୀ ମନେ ଏକ ଜ୍ୱଳନ୍ତ ଦୀପ ସହିତ ତୁଳନା କରି କହିଥଲେ କି ଶିକ୍ଷା ମଣିଷକୁ ମାର୍ଗ ଦର୍ଶନ କରିଥାଏ, ଶିକ୍ଷକ, ଶିକ୍ଷୟିତ୍ରୀ ମନେ ସେମାନଙ୍କର ମାର୍ଗଦର୍ଶକ l ଏହି ଉତ୍ସବର ଉଦଘାଟନୀ ପର୍ବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପାଳ ଶ୍ରୀଯୁକ୍ତ ଜେ ସୋନାଲ ଉଦଘାଟନ କରିଥିଲେ l

ସଭାପତିତ୍ୱ କରିଥିଲେ ସଂମ୍ମନୀୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କେଶବ ମେହେର, ଅନ୍ୟ ସଂମ୍ମାନ ନୀୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ରାଜଶ୍ରୀ ସାହୁ, ଲକ୍ଷେହୀରା ଲବଣ୍ୟ ବତୀ ବେହେରା, ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମଲିକ, ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନ ଜଗତସିଂହପୁର, ମନୋଜ କୁମାର ବେହେରା ମଣ୍ଡଳ ଶିକ୍ଷା ଅଧିକାରୀ, କୁଜଙ୍ଗ, ତ୍ରି୍ତୋଲ, ମିହିର କୁମାର ପାଲ,ପ୍ରଧାନ ଶିକ୍ଷକ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ଜଗତସିଂହପୁର, ଓ ମଣ୍ଡଳ ଶିକ୍ଷାଧିକାରୀ ବିରିଡି, ରବି ବଛେଟି ଅଧକ୍ଷ କେନ୍ଦ୍ରୀୟ ବିଦ୍ୟାଳୟ ଜଗତସିଂହପୁର, ପ୍ରମୁଖ ମଞ୍ଚାସିନ ଥିଲେ, ଶେଷରେ ପ୍ରଧାନ ଶିକ୍ଷକ ମିହିର କୁମାର ପାଲ ଧନ୍ୟ ବାଦ ଅର୍ପଣ କରିଥିଲେ l
