ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଆୟୋଜିତ

ରାୟଗଡ଼ା-୨୯/୧-ସମ୍ପୂର୍ଣ୍ଣତା ଅଭିଯାନ ୨.୦ ପାଇଁ ପ୍ରସ୍ତୁତିକାଳୀନ ବୈଠକ ଜିଲ୍ଲା ମୁଖ୍ୟ ବିକାଶ ତଥା ଉନ୍ନୟନ ଅଧିକାରୀ, ଜିଲ୍ଲାପରିଷଦ, ରାୟଗଡ଼, ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଛି।ଏହି ବୈଠକରେ ସୂଚନା ବିଜ୍ଞାନ ଅଧିକାରୀ ଶ୍ରୀଯୁକ୍ତ ଏନ ଗୁଣ ଶେଖର, ଅତିରିକ୍ତ ନିର୍ଦେଶକ ଯୋଜନା ଶ୍ରୀମତୀ ଜୟନ୍ତୀ ମାଲା ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନି, ବିଡିଓ ମୁନିଗୁଡା ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦଳପତି, ବିଡିଓ ପଦ୍ମପୁର ଶ୍ରୀଯୁକ୍ତ କୂରେସୁଚନ୍ଦ୍ର ଜାନି ପ୍ରମୁଖ ଉପସ୍ଥିତ ଥିଲେ l ଏହି ୩ ମାସର ଅଭିଯାନ ୨୮ ଜାନୁଆରୀ ୨୦୨୬ରୁ ଆରମ୍ଭ ହୋଇ ୧୪ ଏପ୍ରିଲ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ।ଏହି ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ଆକାଂକ୍ଷି ଜିଲ୍ଲା କାର୍ଯ୍ୟକ୍ରମର ଅଂଶ ରୂପେ ୧୨୨ଟି ଜିଲ୍ଲାରେ ୫ଟି ସୂଚକ ଏବଂ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମରେ ୫୧୩ଟି ବ୍ଲକରେ ୬ଟି ସୂଚକ ଉପରେ ଜାତୀୟସ୍ତରରେ କାର୍ଯ୍ୟ ହେବ। ଏହି ଅଭିଯାନର ମୁଖ୍ୟ ୩ଟି ସୂଚକ ହେଉଛି ସ୍ୱାସ୍ଥ୍ୟ ଓ ପୁଷ୍ଟି, କୃଷି ଏବଂ ଶିକ୍ଷା।

ସ୍ୱାସ୍ଥ୍ୟ ଓ ପୁଷ୍ଟି ଅଧୀନରେ ଟିବି ରୋଗ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ , ଶିକ୍ଷା ଅଧୀନରେ ଥିବା ବିଦ୍ୟାଳୟ ଓ ଅଙ୍ଗନବାଡିର କାର୍ଯ୍ୟକ୍ଷମ ମହିଳା ଶୌଚାଳୟ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ବିଶେଷ ଅଭିଯାନ ଅନୁଷ୍ଠିତ ହେବ ବୋଲି ନିର୍ଧାରିତ ହୋଇଛି। ବିଭିନ୍ନ ବିଭାଗର ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନ କରି କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବା ସହ ସଫଳତା କାହାଣୀ ସଂଗ୍ରହ କରିବେ। ଏହାସହ ଏସ୍ଏଚ୍‌ଜି, ସ୍ଥାନୀୟ ନେତା, ସମୁଦାୟ ପ୍ଲାଟଫର୍ମର ଅଂଶଗ୍ରହଣ, ନୂତନତ୍ୱ ଓ ପାରସ୍ପରିକ ଶିକ୍ଷଣ ଅଭ୍ୟାସର ପ୍ରୋତ୍ସାହନ ଏବଂ ପ୍ରତିମାସରେ ଅଗ୍ରଗତି ରିପୋର୍ଟ ଜମା କରିବା ଉପରେ ବିଶେଷ ଧ୍ୟାନ ଦିଆଯିବ। ୧୪ ଏପ୍ରିଲ୍‌ ବି ଆର ଆମ୍ବେଦକର ଜୟନ୍ତୀରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ରେ ସର୍ବୋତ୍ତମ ଅଭ୍ୟାସ ପାଇଁ ପୁରସ୍କାର ପ୍ରଦାନ କରି  ଅଭିଯାନର ସମାପ୍ତ ଘୋଷଣା କରାଯିବ।ଏହି ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଜିଲ୍ଲାରେ ସରକାରୀ କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣତା ନିଶ୍ଚିତ ହେବ ବୋଲି ଶପଥ ନେଇଛନ୍ତି।

Leave a Reply

Your email address will not be published. Required fields are marked *