ଋଣଭାର ପାଇଁ ଲୁଟେରା ସାଜିଲା ଯୁବକ

ତିର୍ତ୍ତୋଲ:ବ୍ୟାଙ୍କଋଣ ପାଇଁ ଲୁଟେରା ସାଜିଲା ଯୁବକ।ଏଭଳି ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ତିର୍ତ୍ତୋଲ ଥାନା ଅଞ୍ଚଳରେ।ସୂଚନା ଅନୁଯାୟୀ ଗତକାଲି ଦିନ ବାରଟା ସମୟରେ ମଣିଜଙ୍ଗା ସ୍ଥିତ ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କ ରୁ ଟଙ୍କା ଉଠାଇବାକୁ ଯାଇଥିଲେ ସ୍ଥାନୀୟ ବତିଳୋ ଗ୍ରାମର ଅରବିନ୍ଦ ଦାସ । ସେଠି ଟଙ୍କା ଉଠାଇବା ପାଇଁ ବୁଝିବା ସମୟରେ ପୂର୍ବରୁ ଲକ୍ଷାଧିକ ଟଙ୍କା ଋଣ ପାଇଁ ବ୍ୟାଙ୍କ ଅଧିକାରୀ ତାଙ୍କୁ ତାଗିତ କରିଥିଲେ। ପୂର୍ବରୁ ଅନେକ ଆଡେ ଋଣରେ ବୁଡ଼ିଥିବା ଅରବିନ୍ଦ ଦାସ ମାନସିକ ଭାରସ୍ୟାମ ହରାଇ ଟଙ୍କା ଫେରାଇବା ନେଇ ଲୁଟ ବାଟ ଆପଣେଇଥିଲା। ସେହି ସମୟରେ ମମତା ପରିଜା ନାମକ ଜଣେ ଶିକ୍ଷୟତ୍ରୀ 55 ହଃଜ଼ାର ଟଙ୍କା ଉଠାଇ ସେହି ବ୍ୟାଙ୍କ ରୁ ବାହାରୁଥିବା ସମୟରେ ଲୁଟ ଆଶାରେ ଥିବା ଅରବିନ୍ଦ ଦାସ ହଟାତ ସେହି ମହିଳାଙ୍କ ଠାରୁ ବ୍ୟାଗ ଝାମ୍ପିନେଇ ଦୌଡି ଥିବା ସମୟରେ ରାସ୍ତା କଡ଼ ଖାଲରେ ଗଳିପଡିଥିଲା। ଏହାପରେ ଘଟଣା ସ୍ଥଳରେ ଉପସ୍ଥିତ ଲୋକମାନେ କାବୁ କରି ସ୍ଥାନୀୟ ପୋଲିସ ଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଯୁବକୁ ଗିରଫ କରି କେଶ ନମ୍ବର 82 ଅଣ୍ଡର ସେକ୍ସନ 6/2/26 ରେ କେସରୁଜୁ କରି କୋର୍ଟ ଚାଲଣ କରିଛି।

Leave a Reply

Your email address will not be published. Required fields are marked *