ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ମନ୍ଦିରର ଦାନହୁଣ୍ଡୀ ଗଣନା

ପୁରୁଷୋତ୍ତମପୁର –୭/୨ ଗଞ୍ଜାମ ପ୍ରସିଦ୍ଧ ଶକ୍ତିପୀଠ ଓ ଅଧିଷ୍ଠାତ୍ରୀ ଦେଵୀ ମା ତାରାତାରିଣୀ ମନ୍ଦିର ର ଦାନାହୁଣ୍ଡୀ ଗଣନ ପ୍ରକ୍ରିୟା ଚାଲୁ ରହିଛି l ମନ୍ଦିର ର କାର୍ୟନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର, ଓ ସେବାୟତ ବାପୁଜୀରଣl, ମନ୍ଦିର କର୍ମଚାରୀ, ଏ. ଏସ. ଆଈ. ସୁଜିତ କୁମାର ରାଉତ ଓ ତହସିଲ କର୍ମଚାରୀ ମାନଙ୍କ ଉପସ୍ଥିତିରେ ସଫଳତାର ଶହ ଗଣନ ପ୍ରକ୍ରିୟା ଚାଲୁ ରହିଛି l ଏହି ଗଣତି ପ୍ରକ୍ରିୟାରେ ବିଦେଶୀ ମୁଦ୍ରା, ସୁନା ଅଳଙ୍କାର, ଓ ରୂପା ଅଳଙ୍କାର ଶହ ବହୁ ତନଖି ଓ ପଇସା ମିଳିଥିବାର ଅନୁମାନ କରାଯାଉଛି l

ଏହା ଶହ ଗୋଟେ ଛୋଟ ପିଲାର ହାତ ଲେଖା ଚିଠିବି ରହିଛି ଯେଉଁ ଥିରେ ସେ ତାର ବଡଭାଇ କୁ ଠିକ ରାସ୍ତାକୁ ଆଣିବା ପାଈଁ ମା ଙ୍କ ପାଖରେ କାକୁତି ମିନତୀ ହୋଇ କହିଥିବାର ଜଣା ପଡିଛି ଏତଦ ବ୍ୟତୀତ ସେ ତାର ବାପା, ମା ଓ ଜେଜେବାପା ଜେଜେମା ଙ୍କୁ ମା ଭଲ ରଖିବା ପାଈଁ ମାଙ୍କ ପାଖରେ ଗୁହାରି କରିଛି କିନ୍ତ ତାର ଠିକଣା ଉଲେଖ କରିନାହିଁ l ଏଠାରେ ସୂଚନା ଯୋଗ୍ୟ ଯେ ଏହି ଗଣତି ଗତ ଅକଟୋବର ୧୬ତାରିଖରେ ଶେଷଥର ପାଈଁ ଗଣତି ହୋଇଥିଲା l ଭକ୍ତମାନଙ୍କ ଅତୁଟ ଆସ୍ଥା ଇ ଶ୍ରଦ୍ଧାର ଫଳସ୍ୱରୂପ ହୁଣ୍ଡିରେ ଯଥେଷ୍ଟ ପରିମାଣର ଦାନ ସଂଗ୍ରହ ହୋଇଥିବାର ଅନୁମାନ କରାଯାଉଛି l ଏହି ଦାନ ରାଶିକୁ ମନ୍ଦିର ଉର୍ନତି, ଭକ୍ତଙ୍କ ସୁବିଧା ଓ ନିତ୍ୟନୀୟ ପୂଜା କାର୍ଯ୍ୟରେ ବ୍ୟସ୍ତ ଜରାଯିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି l

Leave a Reply

Your email address will not be published. Required fields are marked *