ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅଚାନକ ଚଢ଼ାଉ ବେଆଇନ ପଥର ବୋଝେଇ ହାଇଓ୍ବା ଜବତ , ଥାନାରେ ଅଟକ ।
ହିଞ୍ଜିଳିକାଟୁ ୮/୦୨/୨୬ ହିଞ୍ଜିଳିକାଟୁ ତହସିଲ ପକ୍ଷରୁ ଏକ ପଥର ବୋଝେଇ ହାଇୱାକୁ ଜବତ କରି ବେଲଗାଁ ଥାନାରେ ଅଟକ ରଖାଯାଇଛି । ବେଆଇନ ଭାବେ ହିଞ୍ଜିଳିକାଟୁ ତହସିଲ ଅଞ୍ଚଳକୁ ପଥର ଚାଳଣ ହୋଇଆସୁଥିବା ଓ ଖନନ କରାଯାଉଥିବା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଶୁଣିବାରେ ମିଳୁଛି । ସେହିଭଳି ନିଲାମ ହୋଇନଥିବା ପାହାଡରୁ ହିଞ୍ଜିଳି ତହସିଲ ଅନ୍ତର୍ଗତ ଚାଷଜମିକୁ ପ୍ଳଟକାରେ ବିକ୍ରି କରିବା ପାଇଁ ଶହଶହ ଲଘୁଖଣିଜ ମୋରମ ଚାଲଣ ହେଉଥିବା ଦେଖିବା ମିଳିଛି । ଯାହା ଫଳରେ ଆବଶ୍ୟକ କାଗଜପତ୍ର ନଥିବା ଲଘୁଖଣିଜ ମୋରମ , ବାଲି , ପଥର ବୋଝେଇ ଯାନବାହାନକୁ କିଛି ଦିନ ହେଲା କାଗଜପତ୍ର ଓ ପ୍ରମାଣପତ୍ର ନଥିବା ଯାନବାହାନକୁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଯାଞ୍ଚ କରାଯାଇଆସୁଅଛି । ସାଧାରଣତଃ ଚାଲଣ ହୋଇ ଯାଉଥିବା ଯାନବାହନକୁ ଚାଳକମାନେ ତଦନ୍ତକାରୀ ପ୍ରଶାସନିକ ଅଧିକାରୀଙ୍କୁ ସହଯୋଗ କରିଥିବା ବେଳେ ଅମାନିଆ ଚାଳକଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି । ଏହି ଅସହଯୋଗକାରୀ ଚାଳକଙ୍କ ଦ୍ବାରା ଅପ୍ରୀତିକର ପରିସ୍ଥିତି ଉପୁଜିଛିଥାଏ । ଏଭଳି ଦୃଶ୍ୟ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ତହସିଲ ଅନ୍ତର୍ଗତ ବେଲଗାଁ ଥାନା ଅଞ୍ଚଳରେ ଦେଖିବା ପାଇଁ ମିଳିଛି । ଖବରମୁତାବକ ବେଆଇନ କାରବାର କରୁଥିବା ବେପାରୀଙ୍କ ଯାନବାହନକୁ ହିଞ୍ଜିଳିକାଟୁ ତହସିଲ ଅଞ୍ଚଳକୁ ପ୍ରବେଶ କରୁଥିବା ବେଳେ ବେଲଗାଁ ଥାନା ସାହାପୁର ମୌଜା ନିକଟରୁ ଏକ ପଥର ବୋଝେଇ ହାଇୱାକୁ ଅଟକାଇ ଆବଶ୍ୟକ କାଗଜପତ୍ର ଯାଞ୍ଚ ନେଇ ମାଗିଥିଲେ । କିନ୍ତୁ ହାଇୱା ଚାଳକଙ୍କ ନିକଟରେ ପଥର ପରିବହନ କରୁଥିବା ଯାନବାହନରେ ନେଇ କୌଣସି ପ୍ରମାଣପତ୍ର ନଥିବାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଆସହଯୋଗ କରିଥିଲେ । ଯାହା ଫଳରେ ଚଢ଼ାଉ ସମୟରେ ଉପସ୍ଥିତ ଥିବା ସରକାରୀ କର୍ମଚାରୀମାନେ ଆବଶ୍ୟକ କାଗଜପତ୍ର ନଥିବା ଜାଣିବା ପରେ ବେଲଗାଁ ପୋଲିସ ସହଯୋଗରେ OD07AM 1915 ହାଇୱାକୁ ଜବତ କରାଯାଇ ଥାନାରେ ଅଟକ ରଖାଯାଇଛି । ଯଦି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ପକ୍ଷରୁ ବେନିୟମ କାରବାରରେ ପରିବହନ କରୁଥିବା ଯାନବାହାନକୁ ଅଚାନକ ଚଢ଼ାଉ ଜାରୀରହେ ତେବେ ସରକାରୀ ରାଜସ୍ବ ଲୁଟ ହେଉଥିବା ଓ ଲୁଟ କରୁଥିବା ବେପାରୀଗୋଷ୍ଠୀ ସାବାଡ ହେବା ସହ ବେନିୟମ ବାଲିଘାଟ ,ପଥର କୁଆଁରୀ ଏବଂ ଲଘୁଖଣିଜ ମୋରମ ପାହାଡ଼ରେ ୧୪୪ ଧାରା ଲାଗୁ ହୁଏ ତେବେ ସରକାରଙ୍କ ରାଜସ୍ବ ଲୁଟ ହେଉଥିବା କେତେକାଂଶରେ ବନ୍ଦ ହୋଇପାରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣଜନତାଙ୍କ ମତ ପ୍ରକାଶ ପାଇଛି ।ଏହି ଚଢାଉ ସମୟରେ ହିଞ୍ଜିଳିକାଟୁ ତହସିଲଦାର ତପନ କୁମାର ମହାପାତ୍ରଙ୍କ ପ୍ରମୁଖଙ୍କ ସହ ସମସ୍ତ ସରକାରୀ କର୍ମଚାରୀ ସାମିଲ ଥିଲେ ।
