ମହିଳାଙ୍କ ସମାନତା ସୁରକ୍ଷା ଓ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ

ମହିଳାଙ୍କ ସମାନତା,ସୁରକ୍ଷା ,ସଶକ୍ତ କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।ମହିଳାଙ୍କ ପାଇଁ ପ୍ୟାଡ୍ ପିରିୟଡ଼ ଲିଭ୍ କରାଯାଇଛି। ସେହିପରି ମହିଳାଙ୍କ ମାନସିକ ସ୍ବାସ୍ଥ୍ୟର ବିକାଶ ପାଇଁ ପ୍ରଶିକ୍ଷଣ କରାଯିବ।

ଟ୍ରେଡ୍ ୟୁନିୟନ୍ କ୍ଷେତ୍ର ସଂଗଠନର ସଭାନେତ୍ରୀ ଓ ସମ୍ପାଦିକାମାନେ ପରସ୍ପର ମଧ୍ୟରେ ସମନ୍ଵୟ ରଖିଲେ ସେମାନଙ୍କ ସମ୍ମାନ ବୃଦ୍ଧି ସହ ଆତ୍ମସୁରକ୍ଷା ହୋଇପାରିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଜି ଅପରାହ୍ନରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ବିଜୟା ରୋହତକର ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୂର ସଂଘର ୨୧ ତମ ଜାତୀୟ ସମ୍ମିଳନୀର ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଁ ଚ୍ୟାଲେଞ୍ଜ ଓ ସୁଯୋଗ ସମ୍ପର୍କିତ ଜାତୀୟ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଉଭୟ ସଂଗଠିତ ଓ ଅଣ ସଂଗଠିତ କ୍ଷେତ୍ରରେ ମହିଳା ଶ୍ରମିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ।ଓଡ଼ିଶାରେ ସୁଭଦ୍ରା ଯୋଜନା ମିଶନ ଶକ୍ତି ମାଧ୍ୟମରେ ମହିଳାଙ୍କୁ ସଶକ୍ତ କରାଯାଇଛି। ଏଥି ସହ ବିଭିନ୍ନ ସ୍ଥାନରେ ସ୍ତନ୍ୟପାନ କେନ୍ଦ୍ର ଖୋଲିବା ପାଇଁ ଯୋଜନା କରାଯାଉଛି। ଓଡ଼ିଶାରେ ୧୭ ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରାଯାଇଛି।କେନ୍ଦ୍ର ସରକାର ନିକଟରେ ୩ ଟି ଗୁରୁତୁପୂର୍ଣ୍ଣ ଆଇନ ଆଣିଥିବା କହିଛନ୍ତି ଜାତୀୟ ମହିଳା କମିଶନ ଅଧ୍ୟକ୍ଷା।ଏହା ଦ୍ବାରା ଟ୍ରେଡ୍ ୟୁନିୟନ୍ ଆନ୍ଦୋଳନରେ ମହିଳାଙ୍କ ଅଂଶଗ୍ରହଣ ଆହୁରି ବୃଦ୍ଧି ପାଇବ।

Leave a Reply

Your email address will not be published. Required fields are marked *