ବାଲୁକାକଳାରେ ଟିମ୍ ଇଣ୍ଡିଆ UNDER 19 ଦଳକୁ ଶୁଭେଚ୍ଛା

ବାଲୁକାକଳାରେ ଟିମ୍ ଇଣ୍ଡିଆ UNDER 19 ଦଳକୁ ଶୁଭେଚ୍ଛା। ବିଶ୍ୱକପ୍ ବିଜେତା UNDER 19 ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଲେ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। UNDER 19 ଟିମ୍ ଇଣ୍ଡିଆର ହାଡ୍ ହିଟର୍ ତଥା ବିସ୍ମୟ ବାଳକ ବୈଭବ ସୂର୍ଯ୍ଯବଂଶୀଙ୍କ ଦମଦାର ଶତକ ଯୋଗୁଁ ଜୁନିୟର ଟିମ୍ ଇଣ୍ଡିଆ ବିଶ୍ୱକପ୍ ଚାମ୍ପିଆନ୍ ହୋଇଥିବାରୁ ତାଙ୍କୁ ମଧ୍ୟ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ସୁଦର୍ଶନ।

ସୁଦର୍ଶନ ପୁରୀ ସ୍ୱର୍ଣ୍ନାଭ ବେଳାଭୂମିରେ ବୈଭବଙ୍କ ଏକ ସୁନ୍ଦର ବାଲୁକାମୂର୍ତ୍ତି ଗଢି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜ ବାଲୁକାକଳାରେ ବୈଭବ ଶତକ ହାସଲ କରିବା ସମୟର ବ୍ୟାଟ୍ ଏବଂ ହେଲେମେଟ୍ ଟେକିଥିବା ଚିତ୍ର ଦର୍ଶାଇଛନ୍ତି। ଏହାସହ ଵାଲୁକାକଳାରେ ବୈଭବ ଟିମ୍ ଇଣ୍ଡିଆର ଜର୍ସି ପିନ୍ଧିଥିବା ବେଳେ CONGRAT VAIBHAB YOUNGEST LEGEND ବୋଲି ସୁଦର୍ଶନ ଲେଖିଛନ୍ତି।

Leave a Reply

Your email address will not be published. Required fields are marked *