ରଘୁନାଥପୁର ଠାରେ ହିନ୍ଦୁସମ୍ମିଳନୀ ଅନୁଷ୍ଠିତ।
ରଘୁନାଥପୁର ତା୮/:- ହିନ୍ଦୁ ଧର୍ମ ଏବଂ ହିନ୍ଦୁତ୍ୱକୁ ଦୁର୍ବଳ କରିବା ପାଇଁ ବର୍ତମାନ ସମୟରେ ବିଭିନ୍ନ ପ୍ରକାର କୁଚକ୍ରାନ୍ତ ଚାଲିଥିବା ଦେଖାଯାଇଛି।ଉଗ୍ରଆଧୁନିକତା ନାମରେ ବିଦେଶୀ ବିଚାରଧାରାକୁ ଅନ୍ଧାଧୁନିଆ ଭାବରେ ଅନୁସରଣ କରିବା ଫଳରେ ଆମ ଖାଦ୍ୟ,ବସ୍ତ୍ର,ବ୍ୟବହାର,ବିଚାରଧାରା, ସଂସ୍କୃତି,ପରମ୍ପରା,ଜୀବନଶୈଳୀ ଓ ସାମୁହିକ ଏକତା କ୍ରମେ କ୍ଷୀଣ ହେବାର ଆଶଙ୍କା ଦେଖାଦେଉଛି।ଏହି ପରିପ୍ରେକ୍ଷିତାରେ ଭାରତ ମାତାଙ୍କ ସନ୍ତାନ ଭାବେ ଉଚ୍ଚନୀଚ, ଜାତିଭେଦଭାବକୁ ପଛେ ରଖି ସମସ୍ତେ ଏକତ୍ରିତ ହୋଇ ସାରାଦେଶରେ ହିନ୍ଦୁ ଏକତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସମ୍ମିଳନୀମାନ ଆୟୋଜନ କରାଯାଉଥିବା ବେଳେ ଏହି ଅବସରରେ ରଘୁନାଥପୁର ବ୍ଲକର ରଘୁନାଥପୁର,ଜଗନ୍ନାଥପୁର, ଧରାଧରପୁର ଓ ପୁରଣ ଓଡ଼ପଡ଼ା ଚାରିଟି ପଞ୍ଚାୟତ କୁନେଇ ସ୍ଥାନୀୟ ରୁଦ୍ରେଶ୍ବର ପୀଠରେ ଏକ ହିନ୍ଦୁ ସମ୍ମିଳନୀର ଆୟୋଜନ କରାଯାଇଥିଲା।ଏହିଅବସରରେ କଳସଯାତ୍ରା,ଯଜ୍ଞ,କୀର୍ତ୍ତନ,ଗୋମାତା ପୂଜନ,କନ୍ୟା ପୂଜନ,ବୌଦ୍ଧିକ ଆଲୋଚନା ସହ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ସମସ୍ତଙ୍କ ମନରେ ସଂସ୍କୃତି,ସଂସ୍କାର ଓ ଏକତାର ଭାବନାକୁ ଆହୁରି ସୁଦୃଢ଼ କରାଯାଇଥିଲା।ଏଥିରେ ହୋଇଥିବା ବୌଦ୍ଧିକ ଆଲୋଚନା ରେ ବୃନ୍ଦାବନଚନ୍ଦ୍ର ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ରମାରଞ୍ଜନ ସ୍ୱାଇଁ ଙ୍କ ସଭାପତିତ୍ବରେ ପ୍ରାନ୍ତ ଧର୍ମ ଜାଗରଣ ଅଧିକାରୀ ମାନସ ବୈରିସଲ୍ୟ ମୁଖ୍ୟ ବକ୍ତା ,ସୁଦୂର କୋରାପୁଟ ଗୁରୁକୁଳ ଶିକ୍ଷାବିତ ବ୍ରହ୍ମଚାରୀ ସୁବ୍ରତ ମହାରାଜ,ଅଭିବକ୍ତା ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଅଜୟ ନାୟକ,ଦିଘି ହରପାର୍ବତୀ ଆଶ୍ରମରୁ ସନ୍ୟାସୀ ଖିଲରନାଥ ପୁରି,ପଞ୍ଚସଖା ଆଶ୍ରମରୁ ସନ୍ୟାସୀ ଦ୍ବାରିକାନାଥ ଦାସ,ଗଜପତି ମହେନ୍ଦ୍ରଗିରି ସନ୍ୟାସୀ ବଂଶୀଧର ମହାରାଜ ଭଳି ବହୁତ ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ହିନ୍ଦୁ ଧର୍ମ ରକ୍ଷା ଓ ଏକତା ପାଇଁ ଉଦବୋଧନ ମାଧ୍ୟମରେ ଆହ୍ଵାନ ଦେଇଥିଲେ।
