ମର୍ଚ୍ଚାଣ୍ଟ ନେଭି କ୍ୟାଡେଟ୍ ସାର୍ଥକ ମହାପାତ୍ରଙ୍କ ନିଖୋଜ ଖବର ହୃଦୟକୁ ମର୍ମାହତ କରିଛି।

(ତା: ୦୭/୦୨/୨୬) ଭଦ୍ରକ ବ୍ଲକ ବେନ୍ତାଳ ଗ୍ରାମ ପଞ୍ଚାୟତର କେଶପୁର ଗ୍ରାମରେ ପରିବାର ସହ ଭେଟି ସାନ୍ତ୍ୱନା ଓ ଆଶ୍ୱାସନା ଦେଇଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ। ତାଙ୍କ ସହ ଉପସ୍ଥିତ ଥିଲେ — ଭଦ୍ରକ ପୌରାଦ୍ଧ୍ୟକ୍ଷା ଗୁଲମକ୍କି ହବିବ, ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ, ସରପଞ୍ଚ ଫରହାତ ଆଲମ ଖାନ, ପାରିଷଦ ପ୍ରଭାତ ମାଝୀ, ଯୁବନେତା ବିକାଶ ଶ୍ରେଷ୍ଠା,

ନାସିରୁଦ୍ଧିନ ଖାନ ଓ ଅନ୍ୟାନ୍ୟ ବରିଷ୍ଠ-ଯୁବ ନେତୃମଣ୍ଡଳୀ।ପରିବାରର ବେଦନାକୁ ନିଜର ବେଦନା ଭାବି ଶ୍ରୀ ସାମଲ କହିଛନ୍ତି ଘଟଣାକୁ ଗୁରୁତ୍ୱ ସହ ନେଇ ଉଚ୍ଚ ସ୍ତରରେ ଆଲୋଚନା କରି ସଠିକ୍ ସୂଚନା ଓ ଆବଶ୍ୟକ ପଦକ୍ଷେପ ନିଶ୍ଚିତ କରାଯିବ। ଏହା କେବଳ ଗୋଟିଏ ପରିବାରର ଦୁଃଖ ନୁହେଁ… ସମଗ୍ର ସମାଜର ଦୁଃଖ । ଆମ ସମସ୍ତଙ୍କ ପ୍ରାର୍ଥନା — ସାର୍ଥକ ସୁରକ୍ଷିତ ଭାବେ ଘରକୁ ଫେରି ଆସନ୍ତୁ।

Leave a Reply

Your email address will not be published. Required fields are marked *