ଫେବୃଆରୀ ୧୨ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ପଥ ପ୍ରାନ୍ତ ସଭା।
ବ୍ରହ୍ମପୁର – ଘୃଣ୍ୟ ଶ୍ରମ କୋଡ଼ ବାତିଲ, ଫସଲର ସର୍ଵନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆଇନ, ନିଯୁକ୍ତି, ଦର କମାଅ, ମନରେଗା ପୁନଃ ପ୍ରଚଳନ, ସ୍ମାର୍ଟ ମିଟର ଓ ASD ବାତିଲ କର ଦାବିରେ ଆଗାମୀ ଫେବୃୟାରୀ ୧୨ ଧର୍ମଘଟକୁ ସଫଳ କରିବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେର୍ତ୍ତୃତ୍ୱ ସହରର ଇଞ୍ଜିନିୟରିଙ୍ଗ ସ୍କୁଲ ଛକ, ମେଡିକାଲ ଛକ, କମାପଲି ଛକ ଓ ନୂଆ ବୁସଷ୍ଟାଣ୍ଡ ଛକ ଠାରେ ମିଳିତ ନିବେଦନ କରିଥିଲେ।ଆଗାମୀ ଫେବୃୟାରୀ ୧୨ ସର୍ବ ଭାରତୀୟ ଧର୍ମଘଟ କେବଳ ଶ୍ରମିକ କୃଷକମାନଙ୍କର ନୁହେଁ ବରଂ ଏହା ଦେଶର ସୁରକ୍ଷା, ଆର୍ଥିକ ସ୍ୱାଧୀନତା, ସମ୍ବିଧାନ, କୃଷି, ସରକାରୀ ସମ୍ପତି, ଶିକ୍ଷା, ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ଉଦ୍ଧିଷ୍ଟ।

ତେଣୁ ଏହି ଧର୍ମଘଟକୁ ବନ୍ଦରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ।ଏଥିର ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିବପ୍ରସାଦ ମହାପାତ୍ର,ଗୋକୁଳ ତ୍ରିପାଠୀ, ମଧୁ ବେହେରା, ପ୍ରଶାନ୍ତ ଶତପଥୀ, ପୁରସ୍ତମ୍ ସାହୁ, ପ୍ରଦୀପ ସେଠି, ନୀଳକଣ୍ଠ ଦାସ, କାମ ଦେବ ନାହକ ,ପ୍ରଫୁଲ୍ଲ ଜେନା, ପପୁନ ସାହୁ, ନିମାଇଁ ସାହୁ ଓ ସତ୍ୟ ତ୍ରିପାଠୀ ପ୍ରମୁଖ ନେତୃତ୍ୱ ନେତୃତ୍ୱ ନେଇଥିଲେ।
