କପ୍ତିପଦା ଯଦିଡା ରେ ଶ୍ରୀ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କ ଜନ୍ମଦିବସ ପାଳିତ
କପ୍ତିପଦା ତା ୯/୨ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧିନସ୍ଥ ଯଦିଡା ସତସଙ୍ଘ ପରିସର ମଧ୍ୟ ରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଙ୍କର ୧୩୮ତମ ଜନ୍ମଜୟନ୍ତୀ ତଥା କପ୍ତିପଦା ସତସଙ୍ଘ ବିହାର ର ୧୨ତମ ବାର୍ଷିକ ଉତ୍ସବ ଅତି ଆନନ୍ଦ ସହକାରେ ପାଳିତ ହୋଇଯାଇଛି l ଉଷାକାଳ ରେ ଉଷାକୀର୍ତ୍ତନ, ସମବେତ ପ୍ରାଥନା ପରେ ପରେ ଯୁଗପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଙ୍କ ଅମୀୟ ବାଣୀ ପଠା କରାଯାଇଥିଲା l ଉକ୍ତ ଜନ୍ମଜୟନ୍ତୀ ଉତ୍ସବରେ ଉଦଳା, ବାରିପଦା, ବ୍ରହ୍ମପୁର, ବାଙ୍ଗିରିପୋଷି, ବେତନଟି, ରୁ ଅନ୍ୟୁନ ଦୁଇଶହ ରୁ ଅଧିକ ଗୁରୁଭାଇ, ଗୁରୁ ମା ଠାକୁର ଙ୍କ ପ୍ରତି ଥିବା ବିଶ୍ୱାସ ର ଅନେକ ଆଦିକ୍ଷିତ ମଧ୍ୟ ଉପସ୍ଥିତ ଥିଲେ l ବାସ୍ତବରେ ଜନ୍ମ ଉତ୍ସବ ଏପରି ଭାବମୟ ହୋଇଥିଲା ଯାହାଫଳରେ ସାରା ପାରବେଶ ଭାବଗମ୍ଭୀର ହୋଇଥିଲା l ତେବେ ବାଙ୍ଗିରିପୋଷି ରୁ ଆଗତ ଚିତ୍ତରଞ୍ଜନ ଦାସ ଭାଇ ଙ୍କ ଯାଜନ କରିଥିଲେ ଠାକୁର ଙ୍କ ଭାବଧାରା ଓ ତାଙ୍କର ଦିବ୍ୟତ୍ୱ ଉପରେ ବିଶେଷ ଭାବରେ ଆଲୋକପାତ କରିଥିଲେ l ପରେ ଅପରାହ୍ନ ରେ ମା ମାନଙ୍କ ଦ୍ୱାରା ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା l
