ପୋକସୋ ମାମଲାରେ ଜଣେ ଦୋଷୀ ସାବ୍ୟସ୍ତ

ଗତବର୍ଷ ଅକ୍ଟୋବର ମାସ ସନ୍ଧ୍ୟାରେ ଶ୍ରୀମନ୍ଦିର ଭିତରେ ଘଟିଥିବା ଏକ ପୋକସୋ ମାମଲାରେ ବିଚାର କରି ଆଜି ପୁରୀ ଫାଷ୍ଟ ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ ଅତିରିକ୍ତ ଦୌରା ଜଜ୍ ଅଭିଯୁକ୍ତକୁ ଏକ ବର୍ଷର ସଶ୍ରମ କାରାଦଣ୍ଡ ସହ ପାଞ୍ଚ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ଶୁଣାଣି କରିଛନ୍ତି।ଗୁଜୁରାଟ କଚ୍ଛ ଅଞ୍ଚଳର ଅଭିଯୁକ୍ତ ବିଜୟ ସୁରେନ୍ଦ୍ର ପାଣ୍ଡିଆକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଅତିରିକ୍ତ ଦୌରା ଜଜ୍ ରମାନାଥ ପଣ୍ଡା। ଛତିଶଗଡ ଅଂଚଳରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆସିଥିବା ଏକ ପରିବାରର ନାବାଳିକାକୁ ଗତବର୍ଷ ଅକ୍ଟୋବର 28 ତାରିଖରେ ଶ୍ରୀମନ୍ଦିର ଭିତରେ ଅସଦାଚରଣ କରାଯାଇଥିଲା ।

ଏହି ମାମଲାରେ କୋର୍ଟ 07ଜଣଙ୍କ ସାକ୍ଷ ଗ୍ରହଣ କରିବା ପରେ ଦୋଷୀକୁ ଦଣ୍ଡିତ କରିଛନ୍ତି। ଅନ୍ୟପକ୍ଷରେ ପୀଡିତାକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ନେଇ ମଧ୍ୟ କୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଅସଦାଚରଣ କରିଥିବା ଅଭିଯୋଗରେ ସିଂହଦ୍ଵାର ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏପିପି ମଧୁସୂଧନ ଦାଶ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *