ପୁରୁଷୋତ୍ତମପୁର ଅନ୍ତର୍ଗତ କେ. ଏନ. ପୁର ରେ ଏକ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
ପୁରୁଷୋତ୍ତମପୁର -୯/୨( )ପୁରୁଷୋତ୍ତମପୁର ଅନ୍ତର୍ଗତ କେ. ଏନ. ପୁର ରେ ଏକ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା,ବି. ଡି. ଓ. ଶରତ କୁମାର ପାତ୍ର, ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଙ୍କ ମିଳିତ ଉଦ୍ୟମରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଦୂରଦୂରାନ୍ତ ପଞ୍ଚାୟତ ରୁ ପ୍ରବଳ ଲୋକ ନିଜ ନିଜ ଅଭିଯୋଗ ନେଇ ଆସିବାର ଦେଖିବାକୁ ମିଳିଥିଲା l ମୁଖ୍ୟତଃ ସେମାନଙ୍କ ଅଭିଯୋଗ ଗୁଡିକ ମଧ୍ୟରେ ଇନ୍ଦିରା ଆବାସ, କଳାକାର ଭତ୍ତା, ରେସନ କାର୍ଡ, ବିଦ୍ୟୁତ, ମନେରଗା କାମ.ପାଣି,ରାସ୍ତା ଭଳି ବିଭିର୍ଣ୍ଣ ସମସ୍ୟାକୁ ନେଇ ଲୋକେ ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଓ ନିଜ ନିଜର ଦାବି ଉପସ୍ଥାପନ କରିଥିଲେ ଏହାକୁ ପ୍ରଶାସନିକ ଅଧିକାରୀ ମାନେ ଶୁଣି ତୁରନ୍ତ ସମାଧାନ କରିବାପାଇଁ ଆଶ୍ବସନା ବି ଦେଇଥିଲେ l

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, କେ. ଏନ. ପୁର ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା,ସମିଟ ସଭ୍ୟା ସାରଳା ବେହେରା ଙ୍କ ବ୍ୟତୀତ ଆଈ.ଆଈ.ସି ରାକେଶ କୁମାର ନାୟକ, ସି. ଡି ପି. ଓ ଲଳିତା ମଲ୍ଲିକ,ଙ୍କ ବ୍ୟତୀତ ଆର. ଡି ଅଫିସ, ଏମ. ଆଈ, ଟି.ପି.ଏସ.ଓ ଡି.ଏଲ, ବନବିଭାଗ ଅଧିକାରୀ, କୃଷି ବିଭାଗ ଓ ଅନ୍ୟାନ୍ୟ ସବୁ ଅଫିସ ର ଷ୍ଟାଫ ମାନେ ଉପସ୍ଥିତ ଥିଲେ l ଜନ ଅଭିଯୋଗ ଶୁଣାଣି ମାଧ୍ୟମରେ ସାଧାରଣ ଲୋକଙ୍କ ସମସ୍ୟା ସିଧାସଳଖ ପ୍ରଶାସନ ପର୍ଯ୍ୟନ୍ତ ପହଞ୍ଚି ପାରୁଥିବାରୁ ଗ୍ରାମବାସୀ ମାନେ ସନ୍ତୋଷ ପ୍ରକାଶ କରିଥିଲେ l ଆସିଥିବା ଲୋକଙ୍କ ପାଈଁ ରୋଷେଇ କରୀ ଖାଇବାକୁ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ଲତାଡ଼ ବ୍ୟତୀତ ଏତେମାତ୍ରାରେ ଭିଡ ହୋଇଥିଲା ଯେ ପୋଲିସ କର୍ମଚାରୀ ମାନେ ଭିଡ କୁ ନିୟନ୍ତ୍ରଣ କରିବାର ଦେଖାଯାଇଥିଲା l
