ଜାତୀୟ କୃମି ନାଶକ ଦିବସ ଉଦ୍ଘାଟିତ

ଜାତୀୟ କୃମି ନାଶକ ଦିବସ ଉଦ୍ଘାଟିତ

ପୁରୀ ୧୦/୦୨/୨୦୨୬
ଆଜି ପୁରୀ ଜିଲ୍ଲା ଦୋଳବେଦିକୋଣ ସହରାଂଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସର ଶୁଭାରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଅକ୍ଷୟ କୁମାର ଶତପଥୀ ଶୁଭ-ଉଦ୍ଘାଟନ କରିଥିଲେ | ପ୍ରତ୍ୟକ ବର୍ଷ ପରି ଏ ବର୍ଷ ମଧ୍ୟ ୧ ରୁ ୧୯ ବର୍ଷର ସମସ୍ତ ପିଲା ଓ ୨୦ ରୁ ୨୪ ବର୍ଷ ପର୍ଯ୍ୟନ୍ତ ଯୋଗ୍ୟ ଦମ୍ପତିଙ୍କୁ ଏହି ଔଷଧ ପ୍ରଦାନର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ୨୨୦୫ଟି ଶିକ୍ଷାନୁଷ୍ଠାନର ୨୦୧୩୪୮ ଛାତ୍ର ଛାତ୍ରୀ ଏବଂ ୨୫୪ଟି ବେସରକାରୀ ଶିକ୍ଷାନୁଷ୍ଠାନର ୫୬୫୬୩ ଛାତ୍ର ଛାତ୍ରୀ ଓ ୨୫୬୬ଟି ଅଙ୍ଗନବାଡି କେନ୍ଦ୍ର ର ୮୮୬୬୮ ପିଲାଙ୍କୁ ଓ ଜିଲ୍ଲାର ୬୨୨୬୦ ଯୋଗ୍ୟ ଦମ୍ପତି ଙ୍କୁ ଏହି ଔଷଧ ପ୍ରଦାନ କରାଯିବ | ଜିଲ୍ଲାର ସମସ୍ତ ବିଦ୍ୟାଳୟ ମାନଙ୍କ ରେ ଆଜି ଫେବୃଆରୀ ୧୦ ତାରିଖରେ ଜାତୀୟ କୃମି ନାଶକ ଦିବସ ପାଳିତ ହୋଇଯାଇଛି। ସରକାରଙ୍କ ମାର୍ଗଦର୍ଶିକା ଆଧାର ରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର,ସରକାରୀ ଓ ବେସରକାରୀ ବିଦ୍ୟାଳୟ ମାନଙ୍କ ରେ ଛାତ୍ରଛାତ୍ରୀ ମାନଙ୍କୁ କୃମି ନାଶକ ଆଲବେଣ୍ଡାଜୋଲ (କୃମି ନାଶକ) ବଟିକା ତଥା ସିରପ ପ୍ରଦାନ କରାଯାଇଛି | ଯେଉଁ ମାନେ ଫେବୃଆରୀ ୧୦ ତାରିଖରେ କୃମି ନାଶକ ବଟିକା ବା ସିରପ୍ ସେବନ କରିନଥିବେ ଅଥବା ଅସୁସ୍ଥ ଥିବେ ସେମାନେ ଆସନ୍ତା ଫେବୃଆରୀ ୧୭ ତାରିଖରେ କୃମି ନାଶକ ଔଷଧ ସେବନ କରିବେ । ପିଲା ମାନଙ୍କ ଠାରେ ପ୍ରାୟ କୃମି ଦେଖାଯାଏ ଓ ଏହା ଦ୍ଵାରା ପିଲା ମାନେ ରୁଗ୍ଣ ଓ ଦୁର୍ବଳ ହୋଇ ଥାନ୍ତି।ତେଣୁ ପିଲା ମାନଙ୍କ ସ୍ବାସ୍ଥ୍ୟ ପାଇଁ କୃମି ନାଶନ ଜରୁରୀ ହୋଇଥାଏ। ତେଣୁ ବର୍ଷକୁ ଦୁଇ ଥର ଯଥା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଓ ଅଗଷ୍ଟ ମାସରେ ଏହି କୃମି ନାଶକ ଦିବସ ପାଳନ କରାଯାଇଥାଏ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ଼. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ସ୍ବାଗତ ଭାଷଣ ରଖିଥିଲେ । ରବୀନ୍ଦ୍ର କୁମାର ପ୍ରଧାନ,ବେଣୁଧର ନାୟକ, ମନୋଜ କୁମାର ପଣ୍ଡା, ଡାକ୍ତର ପ୍ରତ୍ୟୁଷ ନାୟକ, ଡାକ୍ତର ମୋନିକା ଗୁପ୍ତା, ପ୍ରତୀକ ଶ୍ରୀଚନ୍ଦନ, ପ୍ରଦୀପ କୁମାର ବରାଳ, ଦୀପକ କୁମାର ମୁଦୁଲି, ପ୍ରତାପ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁ ରୁପରେ ସମ୍ପାଦନରେ ସାହାଯ୍ୟ କରିଥିଲେ ।କିଶୋର ଚନ୍ଦ୍ରଶେଖର ପ୍ରସାଦ ଦାଶ ସଭା କାର୍ଯ୍ୟକୁ ପରିଚାଳନା କରିଥିବାବେଳେ, ଜିଲ୍ଲା ପ୍ରକଳ୍ପ ପରିଚାଳକ ଶ୍ରୀ ଶ୍ୟାମ ସୁନ୍ଦର ତ୍ରିପାଠୀ ନିଜର ଅଭିଭାଷଣ ରଖିବା ସହିତ ଧନ୍ୟବାଦ ଅର୍ପଣ ମଧ୍ୟ କରିଥିଲେ | ଏହାପରେ ଉପସ୍ଥିତ ଶିଶୁ ମାନଙ୍କୁ ଆଲବେଣ୍ଡାଜୋଲ (କୃମି ନାଶକ) ସିରପ୍ ପ୍ରଦାନ କରାଯାଇଥିଲା | ପରିଶେଷରେ ଉକ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

Leave a Reply

Your email address will not be published. Required fields are marked *