ଫୁଲବାଣୀ ମେଡିକାଲ କଲେଜ କୁ ଆସିଲା ଇଣ୍ଡୋସ୍କୋପି ଓ କୋଲନସ୍କୋପି ମେସିନ ।
ଫୁଲବାଣୀ ମେଡିକାଲ କଲେଜ କୁ ସରକାର ପ୍ରଦାନ କଲେ ଇଣ୍ଡୋସସ୍କୋପି ଓ କୋଲନସସ୍କୋପି ମେସିନ ବୋଲି ସିଡିଏମଓ ସନ୍ତୋଷ କୁମାର ପାଢ଼ୀ ପ୍ରକାଶ କରିଛନ୍ତି। ପେଟ ଜନିତ ରୋଗ ର ଆଭ୍ୟନ୍ତରୀଣ ନିଦାନ ପାଇଁ ବ୍ରହ୍ମପୁର ଓ ଭୁବନେଶ୍ୱର ଯିବାକୁ ପଡୁଥିଲା। ରୋଗୀ ଖର୍ଚ୍ଚାନ୍ତରେ ପଡୁଥିଲେ । ସେହିପରି କୋଲନସ୍କୋପି ମେସିନ ନ ଥିବାରୁ ମଧ୍ୟ୍ୟ ରୋଗୀ ଜିଲ୍ଲା ବାହାରକୁ ପରୀକ୍ଷା ପାଇଁ ଯାଉଥିଲେ । ଏହି ମେସିନ ଦ୍ୱାରା ରୋଗୀର ସ୍ମଲ ଇଣ୍ଟେଷ୍ଟଇନ ଜନିତ ରୋଗ କୁ ଚି଼ହ୍ନଟ କରାଯାଇପାରିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଆଉ ଦୁଇଟି ମୁଖ୍ୟ ମେସିନ ମାମୋଗ୍ରାଫି ଓ ଏମ ଆର ଆଇ ମେସିନ ଆସିବ ବୋଲି ସିଡିଏମଓ ସନ୍ତୋଷ ପାଢ଼ୀ ପ୍ରକାଶ କରିଛନ୍ତି ।ମାମୋଗ୍ରାଫି ଯନ୍ତ୍ର (ଏକ୍ସରେ ) ଦ୍ୱାରା ମହିଳା ମାନଙ୍କର ବକ୍ଷ କେନ୍ସର ର ପ୍ରଥମ ଅବସ୍ଥା ସମ୍ପର୍କରେ ଜାଣି ହୁଏ ଓ ଏମ ଆର ଆଇ ଯନ୍ତ୍ର ଦ୍ୱାରା କୌଣସି ଶାରୀରିକ ଅଂଶର ନିଦାନ କରି ହୁଏ, ତେବେ ଫୁଲବାଣୀରେ ଡାକ୍ତରଖାନା ପ୍ରତିଷ୍ଠା ହେବାର ଦୀର୍ଘ ବର୍ଷ ପରେ ଉପଲବ୍ଧ ହେଉ ଥିବାରୁ କ୍ଷିପ୍ର ନ୍ୟାୟିକ ମଞ୍ଚର ଫାଉଣ୍ଡର ମେମ୍ବର ଏମ ଡି ଜିଆଉଦ୍ଦିନ, ସଭାପତି ସନ୍ତୋଷ କୁମାର ଡିଗଲ: ଭଏସ ଅଫ୍ ମିଡ଼ିଆର ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକ ଓ ଉପଦେଷ୍ଟା ଗୋପାଳ କୃଷ୍ଣ ପଟ୍ଟନାୟକ ଫୁଲବାଣୀ ସାଧାରଣ ଜନତାଙ୍କ ତର ଫରୁ ଆଂଶିକ ଭାବେ ସରକାର ଙ୍କୁ କୃତଂଜ୍ଞତା ଜଣାଇ ଛନ୍ତି। କିନ୍ତୁ ମେଡିକାଲ୍ କଲେଜ ଉଦ୍ଘାଟନ ହେଲା ପରେ ଲୋକଙ୍କ କିଛି ଉପକାର ନହେବା ଚିନ୍ତାର ବିଷୟ ପାଲଟିଛି ।
