ଲୋକନାଥ ପୀଠ ପରିଦର୍ଶନ କରି ସମୀକ୍ଷା କଲେ ଜିଲ୍ଲାପାଳ।
ପୁରୀ ୧୦/୨ ଚଳିତ ମାସ ୧୫ ତାରିଖରେ ମହାଶିବରାତ୍ରି ଓ ୧୩ ତାରିଖରେ ପଙ୍କୋଦ୍ଧାର ଏକାଦଶୀ।ଉଭୟ ଦିନରେ ଶ୍ରୀଲୋକନାଥ ଙ୍କ ପୀଠରେ ଶ୍ରଦ୍ଧାଳୁ ଙ୍କର ପ୍ରବଳ ଗହଳି ର ଆଶା କରାଯାଉ ଥିବା ରୁ ଶୃଙ୍ଖଳିତ ଦର୍ଶନ, ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଦିବ୍ୟା ଜ୍ୟୋତି ପରିଡା ଆଜି ଅପରାହ୍ନ ରେ ସମୀକ୍ଷା କରିଛନ୍ତି।ଜିଲ୍ଲାପାଳ ଶ୍ରୀ ପରିଡା ଶ୍ରୀ ଲୋକନାଥ ଙ୍କ ପୀଠ ରେ ପହଞ୍ଚି ଠାକୁରଙ୍କ ଦର୍ଶନ ସହ ମନ୍ଦିର ପରିସରକୁ ଅନୁଧ୍ୟାନ କରିଥିଲେ।ପରେ ମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରି ସମ୍ପୂର୍ଣ୍ଣ ବ୍ୟବସ୍ଥା କୁ ନିରୀକ୍ଷଣ କରିଥିଲେ ଜିଲ୍ଲାପାଳ।

ଶ୍ରଦ୍ଧାଳୁ ମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା, ଦୀପ ପଜ୍ବ୍ଜଳନ ସ୍ଥାନ,ପାନୀୟ ଜଳ,ଅଗ୍ନି ନିର୍ବାପକ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଅନୁଧ୍ୟାନ କରି ଥିଲେ।ଏହି ସମୀକ୍ଷା ସମୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଶ୍ରୀଶ୍ରୀ ଲୋକନାଥ ଦେବ ମନ୍ଦିର ଟ୍ରଷ୍ଟର ସଦସ୍ୟ ରବି ନାରାୟଣ ପଣ୍ଡା ଓ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
