ଆମ ଗାଁ ଝିଅ ସମ୍ମୀଳନୀ ଅନୁଷ୍ଠିତ
ଆମ ଗାଁ ଝିଅ ସମ୍ମୀଳନୀ ଅନୁଷ୍ଠିତ।
ରଘୁନାଥପୁର —ତା:-୧୧/୦୨ :–ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ନିକଟ ତଥା କଟକ ଜିଲ୍ଲା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣଭୂଈ ଗ୍ରାମ ରେ ଏକ ଅଭିନବ କାର୍ଯ୍ୟକ୍ରମ ଆମ ଗାଁ ଝିଅସମ୍ମୀଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଉକ୍ତ ଗ୍ରାମ ର ବହୁ ଦୂର ଦୂରଦୂରାନ୍ତରେ ଥିବା ବିଭାହିତ ଝିଅ ଏବଂ ବର୍ତ୍ତମାନ ଗ୍ରାମର କୁନି ଝିଅ ମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସବିତା ପଣ୍ଡା ସଭାପତିତ୍ବ କରିଥିଲାବେଳେ ସୁନୀତା ନନ୍ଦ ସଭାର ପରିଚାଳନା କରିଥିଲେ। ପ୍ରଥମେ ଗ୍ରାମର ଆରଧ୍ୟା ଦେବୀ ମା ଉତ୍ପଳାକ୍ଷୀ ଙ୍କ ନିକଟରେ ମାର୍ଜନା ଓ ପୂଜାର୍ଚ୍ଚନା କରା ଯାଇଥିଲା। ଏହାପରେ” ଆମ ଗାଁ ଆମ ପରିବେଶ “ସମ୍ପର୍କିତ କବିତା ପାଠ କ୍ରୀଡ଼ା -କୌତୁକ ନୃତ୍ୟ ଓ ସଙ୍ଗୀତର ଆସର ଅନୁଷ୍ଠିତ ହୋଇଥିଲା। ଏଥିରେ ଗାଁ ର ଝିଅମାନେ ଯଥା:- ଟୁନୁ, ଲିଜା,ଲୁଲିଆ, ସିଲି, ଲିଲି ପ୍ରମୁଖ ଯୋଗଦାନ କରିଥିଲେ। ଏହି ଗ୍ରାମର ବୟୋଜ୍ୟେଷ୍ଠା ଝିଅ ଗୀତା ଓ କନକଲତା ଙ୍କୁ ଏହି ସମ୍ମିଳନୀ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଏହି ଉପଲକ୍ଷେ ଏକ ଭୋଜିଭାତ ର ଆୟୋଜନ କରାଯାଇଥିଲା ଏବଂ ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଅନ୍ତେ ସଂଯୁକ୍ତା ମହାପାତ୍ର ସମସ୍ତ ସଭ୍ୟା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
