ରାସ୍ତା କାମରେ ଦୁର୍ନୀତି ଏବଂ ଅନିୟମିତତାର ଚିତ୍ର
ରାସ୍ତା କାମରେ ଦୁର୍ନୀତି ଏବଂ ଅନିୟମିତତାର ଚିତ୍ର। ଭଲକରି ଦେଖନ୍ତୁ ଏହି ଭିଜୁଆଲ୍ କୁ। ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ସମ୍ମୁଖ ରାସ୍ତାରେ ଏକ ବଡ ଖାଲ ହୋଇଛି। ଖାଲ ଯୋଗୁଁ ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ଯାତାୟାତରେ ନାନା ଅସୁବିଧା ଦେଖିବାକୁ ମିଳିଛି। ଜନଗହଳିପୂର୍ଣ୍ନ ରାସ୍ତାରେ ଏଭଳି ଖାଲ ଯୋଗୁଁ କୌଣସି ମୁହୂର୍ତ୍ତରେ ଏଠାରେ ବଡ ଦୁର୍ଘଟଣା ମଧ୍ୟ ଘଟିପାରେ। ତେବେ ପୂର୍ତ୍ତବିଭାଗର ନିମ୍ନମାନର କାମକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଥିବା ବେଳେ ପ୍ରଶାସନ ତରଫରୁ ରାସ୍ତାକୁ ମଧ୍ୟ ବ୍ୟାରିକେଡ୍ କିମ୍ବା କିଛି ସାଇନ୍ ବୋର୍ଡ ଲଗାଯାଇ ନାହିଁ।
