ରାଜ୍ୟ ହସ୍ତଶୀଳ୍ପ ପୁରସ୍କାର ପାଇଲେ ଧର୍ମଶାଳାର ଅନନ୍ତ ମହାରଣା!
ଧର୍ମଶାଳା = ରାଜ୍ୟ ହସ୍ତଶିଳ୍ପ ପୁରସ୍କାରରେ ସମ୍ମାନିତ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଂଚାୟତ ସୁଭଦ୍ରାପୁର ଗ୍ରାମର ହସ୍ତଶିଳ୍ପୀ ଅନନ୍ତ ମହାରଣା ।ପିତା କାର୍ତ୍ତିକ ମହାରଣା ମାତା ସ୍ୱର୍ଗତ ମେଘମାଳିନୀ ମହାରଣାଙ୍କ ୩ଜଣ ସନ୍ତାନଙ୍କ ମଧ୍ୟରୁ ଅନନ୍ତ ହେଉଛନ୍ତି ପ୍ରଥମ ସନ୍ତାନ।ପିଲା ବେଳୁ ସେ କଠିନ ପରିଶ୍ରମୀ ଥିଲେ ବେଲି ତାଙ୍କ ପିତା କହିଛନ୍ତି।ପିଲାବେଳୁ ହସ୍ତଶିଳ୍ପ କାମ ଶିଖିବା ପାଇଁ ସେ ଘରୁ ଭୁବନେଶ୍ୱର ଚାଲିଯାଇଥିଲେ।ସେଠାରେ ତାଙ୍କ ଗୁରୁ ଶ୍ରୀଭରତ ମହାରଣା ନିକଟରୁ ୧୦ବର୍ଷ ଟ୍ରେନିଂ ନେଲା ପରେ ଗୁରୁ ଶିଷ୍ୟ ପରମ୍ପରାରେ ଗୁରୁ ପଦ୍ମଚରଣ ଓଝା ଓ ଗୁରୁ ମହେଶ୍ୱର ଓଝାଙ୍କ ଠାରୁ ତ୍ରେନିଂ ନେଇଥିଲେ। ଏହାପରେ ଘରକୁ ଆସି ଆଜକୁ ୧୫ବର୍ଷ ହେଲା ନିଜେ ପଥରରେ ମୂର୍ତ୍ତୀ ତିଆରି କରିବା ସହ ୫ଜଣ ପିଲାଙ୍କୁ ମଧ୍ୟ କାମ ଶିଖାଉଛନ୍ତି।ସେ ଦୁଇଥର ରାଜ୍ୟ କଳକୃତି ପୁରସ୍କାର ପାଇଥିଲେ।ଏଥର ରାଜ୍ୟ ପୁରସ୍କାର ପାଇଁ ସେ ଏକ ସାହାଣ ପଥରରେ ଅନନ୍ତ ନାରାୟଣ ମୂର୍ତ୍ତୀ ତିଆରି କରି ରାଜ୍ୟ ହସ୍ତଶିଳ୍ପ ବିଭାଗକୁ ପଠାଇଥିଲେ।ଏହି ମୂର୍ତୀକୁ ରାଜ୍ୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ କରାଯାଇଥିଲା।ଭୂବନେଶ୍ୱର ଜନତା ମଇଦାନରେ ଆୟୋଜିତ ତୋଷାଳି ମେଳାର ଉଦଘାଟନୀ ଉତ୍ସବରେ ମୂଖ୍ୟ ଅତିଥି ଭାବରେ ଓଡିଶାର ଉପ ମୂଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସଂଦେଓ ଯୋଗଦେଇ ଅନନ୍ତ ମହାରଣାଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍,ମାନପତ୍ର, ଉପଢୈାକନ ଦେଇ ପୁରସ୍କୃତ କରିଥିଲେ।ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ ହସ୍ତତନ୍ତ ବୟନଶିଳ୍ପ ଓ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ,ଭୂବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ସମେତ ବିଭାଗିୟ ସଚିବ ଗୋହା ପୁନମ ତାପସ କୁମାର, ନିର୍ଦ୍ଧେସିକା ନିବେଦିତା ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ।ଏହି ସଫଳତା ପରେ ତାଙ୍କ ପାଖକୁ ଶୁଭେଛାର ସୁଅ ଛୁଟୁଛି।ସେ ଜିଲ୍ଲା ତଥା ଧର୍ମଶାଳା ପାଇଁ ଗର୍ବ ଓ ଗୈାରବ ଆଣିଥିବାରୁ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଓ ଅଂଚଳର ବହୁ ବୁଦ୍ଧିଜିବି ଓ ଅନୁଷ୍ଠାନ ସମସ୍ତେ ତାଙ୍କୁ ଶୁଭେଛା ଜଣାଇଛନ୍ତି।ତାଙ୍କ ପଥର ନିର୍ମିତ ମୂର୍ତ୍ତୀ ଭାରତ ସମେତ ବିଦେଶରେ ମଧ୍ୟ ପ୍ରଶଂସା ଲାଭ କରିଛି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ଗୁରୁ ଭରତ ମହାରଣା, ମହେଶ୍ୱର ଓଝା ଓ ପଦ୍ମଚରଣ ଓଝାଙ୍କ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ବର୍ତ୍ତମାନ ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଓଡିଶା ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଛତିଆ ଠାରେ ଚାଲୁଅଛି ।ଏଥିରେ ଶ୍ରୀମହାରଣା ୧୫ଜଣ ଛାତ୍ରଛାତ୍ରୀଙ୍କୁ ନିପୁଣ ଟ୍ରେନିଂ ଦେଉଛନ୍ତି!
