ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ ଜିଲା ଶାଖାର ସମ୍ମିଳନୀ

ଜାତୀୟ ମାନବାଧିକାର ସାମାଜିକ ନ୍ୟାୟ ପରିଷଦ ଜିଲା ଶାଖାର ସମ୍ମିଳନୀ
ଜଗତ ସିଂହପୁର, ୧୮।୨: ଜଗତସିଂହପୁର ବ୍ଳକ ଅନ୍ତର୍ଗତ ଆଳିପିଙ୍ଗଳ ବାଲିଘାଇ ଠାରେ ଜାତୀୟ ମାନବର ସାମାଜିକ ନ୍ୟାୟ ପରିଷଦ ଜିଲା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ଚନ୍ଦ୍ରକାନ୍ତ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନ ଓ ପରିଷଦର ମୁଖ୍ୟ ଉପଦେଷ୍ଟା ଆଇନଜୀବୀ ଅନ୍ତର୍ଯ୍ୟାମୀ ବଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଜାତୀୟ ସାଧାରଣ ସମ୍ପାଦକ ସମୀମ୍ ଆରା ମୁସ୍ତାଫା, ସମ୍ମାନନୀୟ ଅତିଥି ଭାବେ ରାଜ୍ୟ ଚେୟାରମ୍ୟାନ ଡକ୍ଟର ସ୍ୱର୍ଣ୍ଣମୟୀ ରାଉତ, ଓଜେୟ ରାଜ୍ୟ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମହାରଣା, ଡକ୍ଟର ସୌଦାମିନୀ ଦାଶ, ଯୋଗଦେଇ ଲୋକମାନଙ୍କର ମୌଳିକ ଅଧିକାର କିଭଳି କ୍ଷୁଣ୍ଣ ନହେବ ପାଇଁ ସଂଗଠନ ତତ୍ପର ରହିବା ସହିତ ଜଗସିଂହପୁର ଜିଲ୍ଲାରେ ସଂଗଠନକୁ ସୁଦୃଢ କରିବା ସହିତ ସାଧାରଣ ଜନତାଙ୍କ ସେବାକୁ ଜାରି ରଖ୍ ବାକୁ ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ଅନ୍ୟତମ ସମ୍ମାନୀୟ ଅତିଥି ଭାବେ ବାଲେଶ୍ଵର ଜିଲା ସଭାପତି
ବିଶ୍ୱଜିତ ବେହେରା,ଯାଜପୁର ଜିଲା ସଭାପତି ଆଶିଷ ରାଉତ,ପୁରୀ ସଭାପତି ଜୟଶ୍ରୀ ପାତ୍ର,ବୀଣା ଷଢଙ୍ଗୀ,ଖୋର୍ଦ୍ଧା ସଭାପତି ଦୀନବନ୍ଧୁ ନାଏକ,ଝିଲ୍ଲିରାଣୀ ଜେନା,କଟକ ସଭାପତି ମଂଜୁ ବେଗମ, ରାଜ୍ୟ ସଭାପତି ଶ୍ରଦ୍ଧାଞ୍ଜଳୀ ଦାସ,ସଂପାଦକ ନୃସିଂହ ଚରଣ ମାନସିଂ, ସାଧାରଣ ସଂପାଦକ ପ୍ରଦୀପ୍ତ କୁମାର ନାୟକ,ବ୍ରହ୍ମପୁରର ଡଃ. ଟି. ବିଜୟ ରାଓ,ରଘୁନାଥପୁର ବ୍ଲକ ସଭାପତି ଧନଞ୍ଜୟ ମଲ୍ଲିକ, ବିରିଡି ବ୍ଳକ ସଭାପତି ଆଇନଜୀବୀ ଜିତେନ ବେହେରା,ବାଲିକୁଦା ବ୍ଲକ ସଭାପତି ରମେଶ ଦାଶ, ଜିଲା ସାଧରଣ ସଂପାଦକ ରଂଜନ କୁମାର ଲେଙ୍କା, ମୁଖ୍ୟ ଉପଦେଷ୍ଟା କଲ୍ୟାଣ ସେନ,ଜଗତସିଂହପୁର ସୁଚିସ୍ମିତା ଦାସ,ନାଉଗାଁ
ବ୍ରଜକିଶୋର ବେହେରା,ଏରସମା ସଭାପତି ଚନ୍ଦ୍ରଜିତ ଦାସ,ତିର୍ତ୍ତୋଲ ସଭାପତି ରିଆସତ୍ ଉଲ୍ଲା, କୁଜଙ୍କ ବ୍ଲକ ସଭାପତି ବିଜୟ କୁମାର ବିଶ୍ୱାଳ,ନିଆଳି ବ୍ଲକ
ସଭାପତି ଲକ୍ଷ୍ମୀପ୍ରିୟା ଦାସ, ଦିପ୍ତିରେଖା ସାହୁ ଯୋଗଦେଇଥିଲେ । ସମାଜସେବୀ ଭଗବାନ ସ୍ବାଇଁ ମଂଚ ପରିଚାଳନା କରିବା ସହିତ ଅତିଥି ପରିଚୟ ପ୍ରଦାନ
କରିଥିବା ବେଳେ ଅନୁଷ୍ଠାନର ଲିଗାଲ ଆଡଭାଇଜର ଆଇନଜୀବୀ ପ୍ରମିଳା ମହାରାଜ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟଅତିଥି ସମସ୍ତ ରାଜ୍ୟ ଓ ବ୍ଲକ
କାର୍ଯ୍ୟକର୍ତାଙ୍କୁ ପୁଷ୍ପଗୁଚ୍ଛ ମାନପତ୍ର ଦେଇ ସମ୍ବନ୍ଧିତ କରିଥିଲେ । ରାଜ୍ୟର ବିଭିନ୍ନ ଜିଲା ଓ ବ୍ଳକର କାର୍ଯ୍ୟକର୍ତା ଏବଂ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ
ଯୋଗଦେଇଥିଲେ ।
(ଫଟୋଅଛି)

Leave a Reply

Your email address will not be published. Required fields are marked *