ପୂର୍ବତନ ବିଧାୟକ ପ୍ରଣବ ଙ୍କ ବିବାଦୀୟ ଫାର୍ମ ହାଉସ ରେ ଧର୍ମଶାଳା ତହସିଲ ପକ୍ଷରୁ ମାପଚୁପ ଆରମ୍ଭ

ପୂର୍ବତନ ବିଧାୟକ ପ୍ରଣବ ଙ୍କ ବିବାଦୀୟ ଫାର୍ମ ହାଉସ ରେ ଧର୍ମଶାଳା ତହସିଲ ପକ୍ଷରୁ ମାପଚୁପ ଆରମ୍ଭ l
ଧର୍ମଶାଳା–ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଙ୍କ ପନ୍ତୁରି ଫାର୍ମ ହାଉସ ର କିଛି ଅଂଶ ଜଙ୍ଗଲ କିସମକୁ ଅକ୍ତିଆର କରିଥିବା ଅଭିଯୋଗ ପରେ ଆଜି ସରକାରୀ ଭାବେ ମାପଚୁପ ହେଉଛି। ଆଜି ସକାଳ ୧ 0 ଟାରେ ଚାରିଜଣ ଅମିନ,ପୁଲିସ ଫୋର୍ସ ଏବଂ କିଛି ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ରହି ମାପଚୁପ ଆରମ୍ଭ କରିଥିଲେ l l କିଛି ଦିନ ତଳେ ଏହି ଫାର୍ମ ହାଉସ ରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇ ଗଣ୍ଡଗୋଳ ହୋଇଥିଲା। ଏହା ପରେ ପ୍ରଣବ ଏହି ଫାର୍ମ ହାଉସ ତାଙ୍କର ବୋଲି କହିବା ପରେ ଧର୍ମଶାଳା ତହସିଲ ପକ୍ଷରୁ ବେଆଇନ ଦଖଲ କରିଥିବା ନେଇ ପ୍ରଣବ କିମ୍ବା ତାଙ୍କର ପ୍ରତିନିଧି ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା। ତେବେ ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ତିରିଶ ଦିନିଆ ନୋଟିସ ଜାରି କରାଯାଇଥିଲା। ଏହି ନୋଟିସ ପାଇବା ପରେ ପ୍ରଣବ ଓକିଲ ଜରିଆରେ ହାଇକୋର୍ଟ ରେ ଆବେଦନ କରିବା ସହ ତାଙ୍କର ୧୨ଏକର ୮୮ ଡିସିମିଲ ଜମି ଚିହ୍ନଟ କରିବାକୁ ପ୍ରାର୍ଥନା କରିଥଲେ। ଏଥି ସହିତ ପ୍ରଣବ ଙ୍କ ଜମି ଚିହ୍ନଟ ନ ସରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଉଚ୍ଛେଦ ନ କରିବାକୁ ହାଇକୋର୍ଟ ରେ ପ୍ରାର୍ଥନା କରିଥଲେ। ଏହା ପରେ ହାଇକୋର୍ଟ ପକ୍ଷରୁ ମାପଚୁପ କରି ପ୍ରଣବ ଙ୍କ ଜମି ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକୁ ନେଇ ଆଜି ପ୍ରାଥମିକ ମାପଚୁପ ଆରମ୍ଭ ହୋଇଛି। ଆଜିର ଏହି ମାପ ରେ ଧର୍ମଶାଳା ତହସିଲଦାର ସମୀର ରଞ୍ଜନ ଦାସ,, ଯାଜପୁର ଏସ. ଡି. ପି. ଓ. ଶରତ ଚନ୍ଦ୍ର ପାତ୍ର, ଆଇ ଆଇ ସି ନିରୁପମା ଜେନା,ଡଙ୍କାରି, ଆରୁହା, ତଲଗଡ ଆର ଆଇ ଙ୍କ ସହ ଜେନାପୁର ପୋଲିସ ଉପସ୍ଥିତ ଅଛନ୍ତି l

Leave a Reply

Your email address will not be published. Required fields are marked *