ଖଇରା-ବାତୋ ରାସ୍ତା ହେବ ଉନ୍ନତିର ପଥ
ଖଇରା-ବାତୋ ରାସ୍ତା ହେବ ଉନ୍ନତିର ପଥ
ବଡ଼ଚଣା: ଲୋକଙ୍କ ଦିର୍ଘ ଦିନର ଦାବିକୁ ପୁରଣ କରୁଛନ୍ତି ଲୋକଙ୍କ ସରକାର। ସଂପୂର୍ଣ୍ଣ ଯାତାୟାତ ପାଇଁ ଅନୁପଯୋଗୀ ରାସ୍ତାକୁ କରୁଛନ୍ତି ନବକଳେବର। ୧ ଲେନ ରାସ୍ତାକୁ ୨ଲୋନ କରିବାରେ ସକ୍ଷମ ହୋଇଛି ପ୍ରଶାସନ। ଫଳରେ ଚାରି ଚକିଆ ଠାରୁ ଛଅ ଚକିଆ ଯାନ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତାରେ ବିନା ଦ୍ବିଧାରେ ଯାତାୟାତ କରିପାରିବେ। ଏହି ରାସ୍ତା ଉପରେ ଦୁଇ ଦୁଇଟି ବୃହତ କମ୍ପାନୀର ଭାରିଯାନ ଗୁଡିକ ମଧ୍ୟ ନିର୍ଭର କରନ୍ତି। ତେବେ ତମାମ ଦୃଷ୍ଟିକୁ ରଖି ରାସ୍ତା ନିର୍ମାଣ କରାଯାଉଥିବା ବିଭାଗୀୟ ଯନ୍ତ୍ରୀ କହିଛନ୍ତି। ପ୍ରକାଶ ଥାଉକି ଚଣ୍ଡିଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଖଇରା ପୋଲ ଠାରୁ ବାତୋ ରାସ୍ତାର ଉନ୍ନତି କରଣ ପାଇଁ ଗତ ଅକ୍ଟୋବର ମାସରେ ବଡ଼ଚଣା ବିଧାୟକ ଅମର କୁମାର ନାୟକଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିଲା। ବିଭାଗ ପକ୍ଷରୁ ଏହି ରାସ୍ତା ନବୀକରଣ ପାଇଁ ୭ କୋଟି ୮୫ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟ ବରାଦ କରାଯାଇଛି। ସଂପୃକ୍ତ ଠିକାଦାର ରାସ୍ତା କାର୍ଯ୍ୟକୁ ଯୁଦ୍ଧକାଳୀନ ମଧ୍ୟରେ ଅନୁପଯୋଗୀ ରାସ୍ତାକୁ ଉପଯୋଗୀ କରିବାରେ ସଫଳ ହୋଇଛନ୍ତି। ଏହି ପିଚୁ ରାସ୍ତା ମଧ୍ୟରେ ଯେଉଁଠି କଂକ୍ରିଟ କାର୍ଯ୍ୟ ଅଛି ତାହା ଖୁବଶୀଘ୍ର ଶେଷ ହେବ ବୋଲି ପ୍ରକାଶ କରିଛନ୍ତି।
