ଜଗା ଦୁଆରେ ବିଦେଶୀ ଭକ୍ତ l
ଜଗା ଦୁଆରେ ବିଦେଶୀ ଭକ୍ତ l ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ଉଦେଶ୍ୟରେ ଓଡିଶୀ ନୃତ୍ୟ ପରିବେଷଣ କଲେ ତାଇୱାନରୁ ଆସିଥିବା ଜଣେ ଜଗନ୍ନାଥ ପ୍ରେମୀ ମହିଳା। ପାରମ୍ପରିକ ଓଡିଶୀ ବେଶଭୂଷା ପରିଧାନ କରି ପତିତପାବନଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କଲେ ନୃତ୍ୟଙ୍ଗନା। ତାଇୱାନର ଲୀନ ପେଇ ଚୁଁ ନାମକ ଜଣେ ମହିଳା ଶ୍ରୀକ୍ଷେତ୍ରକୁ ଆସି ମହାପ୍ରଭୁଙ୍କୁ ମୁଁ ହୃଦୟରେ ରଖିଛି ବୋଲି କହିଛନ୍ତି l ପ୍ରତ୍ୟକ ଦିନ ମୁଁ ମହାପ୍ରଭୁଙ୍କୁ ସ୍ମରଣ କରେ ମହାପ୍ରଭୁଙ୍କୁ ଦେଖିଲେ ମୋର ସବୁ କଷ୍ଟ ଦୂରେଇଯାଏ ଏହିଭଳି ହାତ ଯୋଡି ମହାପ୍ରଭୁଙ୍କୁ ସାମ୍ନାରେ ବାଭବିହୋଳ ହୋଇ ଅନୁଭୂତି ଭଖାଣିଛନ୍ତି ତାଇୱାନର ଭକ୍ତ l ତାଙ୍କର ଏହି ନୃତ୍ୟ ଦେଖି ଶ୍ରଦ୍ଧାଳୁ ମାନେ ବେଶ ଖୁସି ପ୍ରକଟ କରିଛନ୍ତି l
