ପ୍ରସ୍ତାବିତ ବିଦ୍ୟୁତ ଦର ବୃଦ୍ଧି ବାତିଲ କର -ସିପିଏମ
ପ୍ରସ୍ତାବିତ ବିଦ୍ୟୁତ ଦର ବୃଦ୍ଧି ବାତିଲ କର -ସିପିଏମ
ବ୍ରହ୍ମପୁର – ଏପ୍ରିଲ ୧ ତାରିଖରୁ ବିଦ୍ୟୁତ ଦର ବୃଦ୍ଧି ପାଇଁ ଓଡ଼ିଶାର ବଣ୍ଟନ ଦାୟିତ୍ୱ ନେଇଥିବା ଟାଟା କମ୍ପାନୀ OERC ରେ ଦାବୀ କରିଛି।OERC ଏହି ସମ୍ପର୍କରେ ସମସ୍ତ ପକ୍ଷକୁ ନେଇ 4ଟି ଯୋନରେ ଅଭିଯୋଗ ଶୁଣାଣି କରୁଛି।ଆଜି ଛତ୍ରପୁର ଠାରେ ଅଭିଯୋଗ ଶୁଣାଣୀରେ ପାର୍ଟିର ବରିଷ୍ଠ ନେତା ଅଳି କିଶୋର ପଟ୍ଟନାୟକ ସାମିଲ ହୋଇ ପ୍ରସ୍ତାବିତ ଦର ବୃଦ୍ଧିକୁ ଦୃଢ଼ ବିରୋଧ କରିବା ସହିତ ଏହାକୁ ଅଯୁକ୍ତିକର,ଅପ୍ରାସଂଗୀକ ଏବଂ ଗ୍ରାହକ ଶୋଷଣ ପାଇଁ ଉଦ୍ଧିଷ୍ଟ ବୋଲି ଯୁକ୍ତି ଉପସ୍ଥାପିତ କରିଥିଲେ।
ଓଡ଼ିଶା ଏକ ବିଦ୍ୟୁତ ବଳକା ରାଜ୍ୟ।ଚଳିତ ବର୍ଷ 5 ହଜାର ମେଗା ୟୁନିଟ ରୁ ଉର୍ଦ୍ଧ୍ବ ବିଦ୍ୟୁତ ବିକ୍ରୀ ହେବ ବୋଲି ଆକଳନ କରାଯାଇଛି।ପଞ୍ଜାବ, ଦିଲ୍ଲୀ, ବିହାର ଓ ଝାଡଖଣ୍ଡ ବିଦ୍ୟୁତ କିଣି 3 ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗଉଛନ୍ତି।ଦର ବୃଦ୍ଧି ପରିବର୍ତ୍ତେ ପ୍ରତିଶ୍ରୁତି ମୁତାବକ 3 ଶହ ୟୁନିଟ ମାଗଣା ଦେବା ଉଚିତ। ଦ୍ଵିତୀୟରେ ବିତରଣ କମ୍ପାନୀ ଗୁଡିକ
ଚଳିତ ବର୍ଷ 1065 କୋଟି ଅଧିକ ଆୟ କରିଥିବାବେଳେ ଚଳିତ ବର୍ଷ 664 କୋଟି କ୍ଷତିର ଆକଳନ ଯୁକ୍ତି ସଂଗତ ନୁହେ।
ସେହିଭଳି 2018 ରୁ 2024 ମଧ୍ୟରେ OERC ଅନୁମୋଦିତ ଦରଠାରୁ ଅଧିକା ଦରରେ ବିଦ୍ୟୁତ ଭଡା ଆଦାୟ କରିବା ଯୋଗୁଁ ବିତରଣ କମ୍ପାନୀ ଗୁଡିକ 7215 କୋଟି ଟଙ୍କା ଅଧିକ ଆଦାୟ କରି ରଖିଛନ୍ତି। ଆବଶ୍ୟକ ହେଲେ ବ୍ୟବହାର କରି ପାରିବେ।
ସେହିଭଳି ଟାଟା କମ୍ପାନୀକୁ ରାଜ୍ୟ ସରକାର ସ୍ମାର୍ଟମିଟର ବସାଇବା ପାଇଁ 735 କୋଟି ଟଙ୍କା ସାହାଯ୍ୟ ଘୋଷଣା କରିଛନ୍ତି।ତେଣୁ ରାଜ୍ୟ ସରକାର ଦର ବୃଦ୍ଧିରେ ସହାୟକ ନହୋଇ ଗ୍ରାହକଙ୍କ ପାଇଁ ଅନୁଦାନ ଦେବା ଦରକାର।
ସେହିଭଳି ଟାଟା କମ୍ପାନୀର ଉପସ୍ଥାପିତ ଆୟବ୍ୟୟରେ ସ୍ୱଚ୍ଛତାର ଅଭାବ ରହିଛି।ଏହା CAG ଦ୍ୱାରା ଅଡିତ ହେବ ଦରକାର। ତାହାହେଲେ ବାସ୍ତବ ଗୁମର ଜଣାପଡିବ।
ତେଣୁ ବିଦ୍ୟୁତ ଦରବୃଦ୍ଧି ଅନାବଶ୍ୟକ।
ଅନ୍ୟ ଦିଗରେ ଟାଟା ପାୱାର ଗାହକଙ୍କୁ ଉତ୍ତମ ସେବା ଜୋଗାଇବାରେ ବିଫଳ ହୋଇଛନ୍ତି।ଘନ ଘନ ବିଦ୍ୟୁତ କାଟ, ଲୋ ଭୋଲଟେଜ ଓ ଗ୍ରାହକ ଆପତି ଅଭିଯୋଗ ଶୁଣାଣି କ୍ଷେତ୍ରରେ ଚରମ ବିଶୃଙ୍ଖଳା ଲାଗିରହିଛି।
ଅନ୍ୟ ପକ୍ଷରେ ସ୍ମାର୍ଟ ମିଟର ସଂଯୋଗ ଓ ASD ସଂଗ୍ରହ କରି ଗ୍ରାହକ ଶୋଷଣ କାର୍ଯ୍ୟକୁ ସରକାରୀ ସହାୟତାରେ ଜୋରଦାର ଚାଲିଛି।
ତେଣୁ ପାର୍ଟି ପକ୍ଷରୁ OERC ନିକଟରେ ଦର ବୃଦ୍ଧି ବାତିଲ, ASD ଓ ସ୍ମାର୍ଟ ମିଟର ଯୋଜନା ବନ୍ଦ କରିବା ଓ ବିଦ୍ୟୁତ ବିତରଣ ସଂସ୍ଥାରୁ ଟାଟା କମ୍ପାନୀକୁ ହଟାଇ ସରକାରି ପରିଚାଳନା ରେ ରଖିବା ପାଇଁ ଦାବୀ କରାଯାଇଛି।
ଏହି ପରିପ୍ରେକ୍ଷୀରେ ଛତ୍ରପୁର ଠାରେ oerc ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଏଥିରେ ଯୁଧିଷ୍ଠିର ବେହେରା, ରମ ଚନ୍ଦ୍ର ନାୟକ,ହରୀକୃଷ୍ଣ ରେଡି, ଦିଲୀପ ଛୋଟରାୟ, ବିଦ୍ୟାଧର ଜେନା, ଅଜୟ ଗୌଡ଼, ଶିବ ପ୍ରସାଦ ମହାପାତ୍ର, ପ୍ରତାପ ଚୌଧୁରୀ, ବାବୁଲା ନାୟକ, ଖଲି ସ୍ୱାଇଁ, ବିଷ୍ଣୁ ପ୍ରିୟା ସାହୁ ,ବିଭୁ ପାଣିଗ୍ରାହୀ, ବିଜୟ ବିଶୋଇ, ମଧୁ ବେହେରା, କେଶବ ଗୌଡ଼, ରାଜରାଓ, ଚିଟିବାବୁ, ନୀଳ ମାଧବ ରଥ ,KN ସେନାପତି ,କାଳି ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିଲେ।
