ଏକାଦଶାହରେ ଶତାୟୁ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଏକାଦଶାହରେ ଶତାୟୁ ପୁରୁଷଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ତିର୍ତ୍ତୋଲ-୨୨/୨-ତିର୍ତ୍ତୋଲ ବ୍ଲକ ପିପ୍ପଳମାଧବ ପଞ୍ଚାୟତର ବତିଳୋ ଗ୍ରାମରେ ଶନିବାର ସନ୍ଧ୍ୟାରେ ଶତାୟୁ ପୁରୁଷ ବୃନ୍ଦାବନ ନାୟକଙ୍କ ପାଇଁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ପଦ୍ମଲୋଚନ ବିଶ୍ବାଳ ଏହି ସଭାରେ ସଭାପତିତ୍ବ କରିଥିଲେ।

ନିମାଇଁ ଚରଣ ଖଟୁଆ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ସ୍ଥାନୀୟ ସରପଞ୍ଚ ଅଶୋକ କୁମାର ମହାନ୍ତି, ଶିକ୍ଷାବିତ ନାରାୟଣ ଦାସ, ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ, ଶ୍ରୀକାନ୍ତ ଦାସ, ନିମାଇଁ ଚନ୍ଦ୍ର ମଲ୍ଲ, ବ୍ରଜକିଶୋର ନାୟକ,ଧର୍ମାନନ୍ଦ ମଲ୍ଲିକ, ହେମନ୍ତ କୁମାର ନାୟକ, ଜାମାତା କେଳୁ ଚରଣ ଲେଙ୍କା,ଶରତ ଚନ୍ଦ୍ର ନାୟକ,ନାତି ରଶ୍ମି ରଞ୍ଜନ ନାୟକ, ପୁତ୍ର ସାମ୍ବାଦିକ ମିହିର ନାୟକ ଏବଂ ଗ୍ରାମର ଜନସାଧାରଣ ଯୋଗଦେଇ ଶତାୟୁ ପୁରୁଷ ବୃନ୍ଦାବନ ନାୟକଙ୍କ ସ୍ମୃତି ଚାରଣ କରିବା ସହିତ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରତ୍ନାକର ସ୍ବାଇଁ,ଶିବ କୁମାର ଭୂୟାଁ, ନିରଞ୍ଜନ ସାହୁ, ରଞ୍ଜିତ ମଲ୍ଲିକ, ସ୍ମୃତି ରଞ୍ଜନ ନାୟକ,ତପନ ବାରିକ ଆଦି ପ୍ରିୟ ପରିଜନ ଉପସ୍ଥିତ ଥିଲେ।
