ବିଜେପି କୋଣାର୍କ ମଣ୍ଡଳ ସତ୍ୟାପନ ସମାରୋହ
ବିଜେପି କୋଣାର୍କ ମଣ୍ଡଳ ସତ୍ୟାପନ ସମାରୋହ
କୋଣାର୍କ,୨୨.୦୨- ପୁରୀ ଜିଲ୍ଲା ବିଜେପି କୋଣାର୍କ ମଣ୍ଡଳ ପକ୍ଷରୁ ରବିବାର ପୂର୍ବାହ୍ନରେ ନୂତନ କର୍ମକର୍ତ୍ତାଙ୍କ ସତ୍ୟାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ବିଜେପି ସଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ କୋଣାର୍କ ମଣ୍ଡଳ ସଭାପତି ଗୋପିନାଥ ସ୍ବାଇଁ, ପୁରୀ ଜିଲ୍ଲା ଶାନ୍ତି କମିଟି ସଦସ୍ୟ ରଞ୍ଜିତ ରାଉତରାୟ, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ମଣ୍ଡଳ ସାଧାରଣ ସମ୍ପାଦକ ନୃସିଂହ ଚରଣ ନାୟକ, ପୂର୍ବତନ ମଣ୍ଡଳ ସଭାପତି ସୁକାନ୍ତ କୁମାର ନାୟକ, ମଣ୍ଡଳ ପ୍ରତିନିଧି ମନୋଜ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଚନ୍ଦ୍ରିକା ରାଉତରାୟ,

କାଉନସିଲର ସୌମ୍ୟ ସୌରଭ ଦାଶ, ମଣ୍ଡଳ ଉପ ସଭାପତି ପ୍ରଦୀପ କୁମାର ଛାଟୋଇ ପ୍ରମୁଖ ଯୋଗ ଦେଇଥିଲେ। କୋଣାର୍କ ମଣ୍ଡଳ ତଥା ଏନଏସି ରେ କିପରି ଭାରତୀୟ ଜନତା ପାର୍ଟି ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଞ୍ଚି ସଂଗଠନ ସୁଦୃଢ଼ କରିବା ସହ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ସଚେତନ କରାଯିବ ସେନେଇ ବ୍ୟାପକ ଆଲୋଚନା କରାଯାଇଥିଲା। ଏଥିସହିତ ମଣ୍ଡଳ ପାଇଁ ନୂତନ ଭାବେ ନିୟୋଜିତ ୧୬ ଜଣିଆ ପଦାଧିକାରୀ, ୪୫ ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟ, ସମସ୍ତ ମୋର୍ଚ୍ଚା ର ସଭାପତି ଏବଂ ସମସ୍ତ ବୁଥ ସଭାପତି, ଶକ୍ତି କେନ୍ଦ୍ର ପ୍ରମୁଖ ସହ ପ୍ରମୁଖ, ବୁଥ ସଭାପତି ମାନଙ୍କୁ ସତ୍ୟାପନ ସମାରୋହରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
