କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା।

ଚିକିଟି 21/2(ନିଗମାନନ୍ଦ panda):ବଡ଼ପଲଙ୍କ କ୍ଲଷ୍ଟର ଅନ୍ତର୍ଗତ ରାଧାମୋହନପୁର ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ଅମର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ବିଷୟ ଭିତ୍ତିକ, ସମସ୍ତ ଶ୍ରେଣୀ ଓ ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ମୋଟ ୫୭ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇ ପ୍ରଦର୍ଶନ କରାଯାଇଥିଲା।କର୍ମଶାଳାର ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ, ସମ୍ମାନିତ ଅତିଥି ରୂପେ ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠି, ମେଘନାଥ ବେହେରା, ସିଆରସିସି ଏ. ଦମୟନ୍ତୀ, ବି. ଭେଙ୍କେଟ ରାଓ, ଧର୍ମରାଜ ବେହେରା ଓ ସୁଜିତ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାସିନୀ କୁମାରୀ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *