ଚଣ୍ଡିଖୋଲ ୱାର୍ଡ ଗଠନ ଓ ସୀମା ନିର୍ଦ୍ଦାରଣକୁ ନେଇ ତେଜୁଛି ଅସନ୍ତୋଷ

ଚଣ୍ଡିଖୋଲ ୱାର୍ଡ ଗଠନ ଓ ସୀମା ନିର୍ଦ୍ଦାରଣକୁ ନେଇ ତେଜୁଛି ଅସନ୍ତୋଷ

ବଡ଼ଚଣା :ଗତ କିଛି ମାସ ତଳେ ଯାଜପୁର ଜିଲ୍ଲାର ପ୍ରମୁଖ ଚଣ୍ଡିଖୋଲକୁ ରାଜ୍ୟ ସରକାର ଏନଏସି ମାନ୍ୟତା ପ୍ରଦାନ କରିଥିଲେ ଓ ବିଧିବଦ୍ଧ ଭାବେ ଏନଏସି ଘୋଷଣା କରିଥିଲେ l ଏ ନେଇ ଗତ କିଛି ଦିନ ତଳେ ଚଣ୍ଡିଖୋଲ ଏନଏସି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନବ ଗଠିତ ୱାର୍ଡ ଓ ସୀମା ନିର୍ଦ୍ଦାରଣକୁ ନେଇ ତୀବ୍ର ଜନ ଅସନ୍ତୋଷ ଦେଖା ଦେଇଛି l ଯାହାକି ଚଣ୍ଡିଖୋଲ ଛକଟି ପ୍ରମୁଖ ସୂଂଗୁଡା ମୌଜା ଅଧୀନରେ ରହିଛି ଏନଏସି ସୀମା ନିର୍ଦ୍ଦାରଣରେ ଏହା ସୂଂଗୁଡାରୁ ବାଦ କରାଯିବାକୁ ନେଇ ତୀବ୍ର ପ୍ରତିବାଦର ସ୍ୱର ଉଠିଛି ସେହିପରି ସୂଂଗୁଡା ପଂଚାୟତ ଅଧିନସ୍ତ ୱାର୍ଡ,.2.3.4.5.6.7ୱାର୍ଡର ସଭ୍ୟସଭ୍ୟା ସହ ଗ୍ରାମବାସୀ ବୃନ୍ଦ ଲିଖିତ ଭାବେ ବଡ଼ଚଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି l ଉକ୍ତ ଅଭିଯୋଗ ପତ୍ରରେ ସୂଂଗୁଡା ଗ୍ରାମକୁ ଖଣ୍ଡ ବିଖଣ୍ଡ କରିବା ସହ ପୁଥକ ପୁଥକ କରିଦିଆଯାଇଛି l ସେହିପରି ପୂର୍ବରୁ ଦୀର୍ଘ ବର୍ଷ ଧରି ଏହି ଗ୍ରାମରେ ହିନ୍ଦୁ ମୁସଲିମ ଏକାଠି ହୋଇ ଭାଇଚାରା ଭାବେ ରହି ଆସୁଥିଲେ ସେମାନଙ୍କୁ ପୁଥକ କରାଯାଇ ଧାନମଣ୍ଡକ ୱାର୍ଡକୁ ଭୋଟର ଭାବେ କରାଯାଇଛି l ସେହିପରି ଅଧିକାଂଶ ସୂଂଗୁଡା ଭୋଟରକୁ ଅଲଗା କରାଯାଇଛି ତୁରନ୍ତ ତ୍ରୁଟିକୁ ସଂଶୋଧନ କରାଯାଉ ଯାହାକି ଏନଏସିର ନବ ଗଠିତ ୱାର୍ଡ ଓ ସୀମା ନିର୍ଦ୍ଦାରଣକୁ ପୁର୍ଣ ବିଚାର ଓ ତ୍ରୁଟିକୁ ସଂଶୋଧନ ପାଇଁ ବଡ଼ଚଣା ଗୋଷ୍ଟୀ ଉନ୍ନୟନ ଅଧିକାରୀ, ଯାଜପୁର ଜିଲ୍ଲାପାଳ, ଦର୍ପଣ ତହସିଲଦାର,ସୂଂଗୁଡା ସରପଞ୍ଚ, ବଡ଼ଚଣା ବିଧାୟକଙ୍କୁ ଲିଖିତ ଭାବେ ୱାର୍ଡ ସଭ୍ୟସଭ୍ୟା ଓ ଗ୍ରାମବାସୀ ବୃନ୍ଦ ଦୃଷ୍ଟି ଆକର୍ଷଣ କରିଛନ୍ତି l

Leave a Reply

Your email address will not be published. Required fields are marked *