କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା

ଚିକିଟଟି 24/2 : ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗିରିସୋଲା କ୍ଲଷ୍ଟରରେ ସିଆରସିସି ବି ଭେଙ୍କେଟ ରାଓଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଅନୁଷ୍ଠିତ କର୍ମଶାଳାରେ ବିଇଓ ପନ୍ନଗ ଭୂଷଣ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବିଭିନ୍ନ ଶିକ୍ଷାଣ ସାମଗ୍ରୀ ଗୁଡିକ ବୁଲି ଦେଖିଥିଲେ। ସେହିପରି ଝାଟିପଦର କ୍ଲଷ୍ଟରରେ ସିଆରସିସି ଏ ଦମୟନ୍ତୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ ଏହି କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଯୋଗଦେଇ କାର୍ଯ୍ୟକ୍ରମର ଉଦେଶ୍ୟ ଉପରେ ଆଲୋକପାତ କରିଥିଲେ। ସୁନାପୁର କ୍ଲଷ୍ଟର ଅନ୍ତର୍ଗତ ସୁନାପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସିଆରସିସି ମଞ୍ଜନ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ମୌଳିକ ସାକ୍ଷରତା ଓ ସଂଖ୍ୟଜ୍ଞାନ, ବିଷୟ ଭିତ୍ତିକ, ସମସ୍ତ ଶ୍ରେଣୀ ଓ ସମସ୍ତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରଯୁଜ୍ୟ ମୋଟ ୪୫ରୁ ଅଧିକ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରାଯାଇ ପ୍ରଦର୍ଶନ କରାଯାଇଥିଲା।କର୍ମଶାଳାର ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବେ ଏବିଇଓ ଶ୍ରୀ ତ୍ରିନାଥ ମଲ୍ଲିକ, ସିଆରସିସି ଅମର କୁମାର ସାହୁ ଓ ସୁଜିତ କୁମାର ପାଢ଼ୀ ପ୍ରମୁଖ ଯୋଗଦେଇଥିଲେ। ସେହିପରି ଗୋବିନ୍ଦନଗର କ୍ଲଷ୍ଟରର ଡଙ୍କଲପଡ଼ୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ସୁଶାନ୍ତ କୁମାର ପ୍ରଧାନ ଏହି କର୍ମଶାଳାକୁ ସଂଯୋଜନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିବାରୁ ଅଂଶ ଗ୍ରହଣ କରିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ପୃକ୍ତ ସିଆରସିସି ମାନେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *