ଅଣ ସଂକ୍ରମଣ ରୋଗ ଚିହ୍ନଟ ଶିବିର
ଆସିକା ୨୮/୨ ,ଗଞ୍ଜାମ ଜିଲ୍ଲା ସ୍ବାସ୍ଥ୍ୟ ମିଶନ ପକ୍ଷରୁ ଆସିକା ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଖମ୍ବେଶ୍ୱରୀ ମନ୍ଦିର ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅଣ ସଂକ୍ରମଣ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। ଆୟୋଜିତ କାର୍ଯ୍ୟକ୍ରମ ରେ ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ ଭାଗବତ ବିଷୋୟୀ , ଫାର୍ମାସିଷ୍ଟ ରିନା କୁମାରୀ ପ୍ରଧାନ, ନର୍ସିଂ ଅଧିକାରୀ ଅର୍ଚ୍ଚନା ମହାନ୍ତି, ଯୋଗ ଶିକ୍ଷକ ଗୁଣ୍ଡିଚା ମହାରଣା , ସହାୟକ ଭାବେ ସମୀର କୁମାର ପଟ୍ଟନାୟକ ଓ ଜଗନ୍ନାଥ ମିଶ୍ର ଉପସ୍ଥିତ ଥିଲେ । ଅଞ୍ଚଳର ଆଶା କର୍ମୀ ତପସ୍ଵିନୀ ପଣ୍ଡା, ସୁନୀତା ପଣ୍ଡା ଙ୍କ ସଂଯୋଜନା ରେ ୱାର୍ଡର ଅଣ ସଂକ୍ରମଣ ରୋଗକୁ ଜଲଦି ଚିହ୍ନଟ କରିବା ଏବଂ ଏହାକୁ ପରୀକ୍ଷା କରି ଆବଶ୍ୟକ ଔଷଧ ସେବନ କରିବା ଆବଶ୍ୟକ ବୋଲି ଡାକ୍ତର ମତ ବ୍ୟକ୍ତ କରିଥିଲେ। ଅଞ୍ଚଳର ପ୍ରାୟ ୭୮ଜଣ ମହିଳା ଓ ପୁରୁଷ ଏହି ଶିବିର ରେ ଯୋଗ ଦେଇ ଚିକିତ୍ସା ର ସେବା ପାଇଥିଲେ l
