ମେଘଦୂତ” ତରଫରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ
“ମେଘଦୂତ” ତରଫରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ ପାଳିତ ଫକୀରପୁର ଗ୍ରାମର ବିଭିନ୍ନ ଛାତ୍ରଛାତ୍ରୀ ଙ୍କୁ ନେଇ “ମେଘଦୂତ” ତରଫରୁ ବିଶ୍ଵ ବନ୍ୟପ୍ରାଣୀ ଦିବସ-୨୦୨୬ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଏହି ଦିବସର ଉଦ୍ଦେଶ୍ୟ ସମ୍ବନ୍ଧରେ ପ୍ରକୃତିବନ୍ଧୁ ତ୍ରିଲୋଚନ ସାହୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ । ବନ୍ୟପ୍ରାଣୀ ସଂରକ୍ଷଣ ଓ ପରିବେଶ ସୁରକ୍ଷା ସମ୍ବନ୍ଧରେ ବିଭିନ୍ନ ଛାତ୍ରଛାତ୍ରୀ ସେମାନଙ୍କର ମାତା ପୋଷଣ କରିବା ସହିତ ସ୍ବେଚ୍ଛାସେବୀ ରାଜ୍ କିଶୋର ବାରିକ ଏହି ଦିବସ ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । “ମେଘଦୂତ”ର ସମ୍ପାଦକ ପୁଷ୍ପଲତା ସାହୁ ବନ୍ୟପ୍ରାଣୀ ଦିବସ ପାଳନର ମହତ୍ତ୍ଵ ସମ୍ବନ୍ଧରେ ଆଲୋଚନା କରିଥିଲେ । ସ୍ବେଚ୍ଛାସେବୀ ରଞ୍ଜିତ କୁମାର ନାୟକ, ମନୋଜ୍ କୁମାର ସାହୁ, ପ୍ରସନ୍ନ ନାହାକ ଓ ନାରାୟଣ ଦେହୁରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
