ଐତିହାସିକ ବରୁଆଁ ମାହଲ ମେଲଣ ଉଦଯାପିତ ।।

ଯାଜପୁର ବ୍ଲକ୍ ଅନ୍ତର୍ଗତ ବରୁଆଁ ସ୍ଥିତ ମେଲଣ ପଡିଆରେ ୪୦୦ ବର୍ଷରୁ ଉର୍ଦ୍ଧ ଐତିହାସିକ ବରୁଆଁ ମେଲଣ ଉଦଯାପିତ ହୋଇଯାଇଛି। ମେଲଣର ଥାନପତି ଶ୍ରୀ ଶ୍ରୀ ରାଧଗୋପୀନାଥ ଜୀଉ ନିଜର ପାଟ ପଟୁଆର ସହ ମଣ୍ଡପ ରେ ବିରାଜମାନ କରିବା ପରେ ପଡିଆରେ ଥିବା ସ୍ଥାୟୀ ମଣ୍ଡପ ରେ ପୁରୁଷୋତ୍ତମ ପୁରର ରାଧା ଗୋପାଳ ଜୀଉ ଓ ହସନପୁର ର ରାଧା ଗୋପାଳଜୀଉ ,ସୁଜନପୁର ,କାଶୀପୁର ,କୁଝାଲା ଓ ରିଷିପୁରର ରାଧା ଗୋପୀନାଥ ଜୀଉ,ସୁଜନପୁର ଓ ମିର୍ଜାପୁରର ରାଧା ବ୍ରୁନ୍ଦାବନ ଜୀଉ,ହସନପୁରର ରାଧା ରଘୁନାଥ ଜୀଉ ଓ ରାଧା ଗୋପାଳଜୀଉ ,ନଉପଡାର ରାଧା ଲକ୍ଷ୍ମୀ ନାରାୟଣ ଜୀଉ,ନରସିଂହ ପୁରର ରାଧା ଅନନ୍ତଦେବ ଜୀଉ,ହରିପୁର ଜଗନ୍ନାଥ ମଠ ଓ ଦେବିଲର ରାଧା ଗୋବିନ୍ଦ ଚନ୍ଦ୍ର ଜୀଉ ,ବାଲିଆ ଓ କଚେରୀ ଗାଁର ରାଧା ମୋହନ ଜୀଉ ,ରୁଦ୍ର ପୁର , କୁଝାଲା ଓ ଦେବିଲର ରାଧାକାନ୍ତ ଜୀଉ,ରୁଦ୍ରପୁର ଓ ସ୍ୱପ୍ନେଶ୍ୱରପୁରର ଆଣ୍ଠୁଆ ଗୋପାଳ ଜୀଉ ,ଭଅଁରାର ନନ୍ଦଲାଲ ଜୀଉ ,ସ୍ୱପ୍ନଶ୍ୱରପୁର ରାଧାକୃଷ୍ଣ ଜୀଉ ,ରେକାବି ବଜାର ର ରାଧା ବଳଦେବ ଜୀଉ ,ମିର୍ଜା ପୁରର ରାଧା ଶ୍ୟାମସୁନ୍ଦର ଜୀଉ ,ଚିତାହଟାର ଶ୍ୟାମସୁନ୍ଦର ଜୀଉ ,ସିମିଳିଆର ବ୍ରୁନ୍ଦାବନ ବାସୀ ଶ୍ୟାମସୁନ୍ଦର ଜୀଉ ,ନଉପଡାର ଲକ୍ଷ୍ମୀ ନାରାୟଣ ଜୀଉ ବାଣବାଜା,ସଙ୍କୀର୍ତ୍ତନ ମଣ୍ଡଳୀ ସହ ବିରାଟ ପଟୁଆର ରେ ରୋଷଣି କରି ଆସି ବିରାଜମାନ କରିଥିଲେ। କମିଟି ତରଫରୁ ସବୁ ଠାକୁରଙ୍କ ନିକଟରେ ଭୋଗଲାଗି କରାଯିବା ସହିତ ବିଦାକି ପ୍ରଦାନ କରାଯାଇ ଆଗାମୀ ବର୍ଷ ପାଇଁ ମଧ୍ୟ ବରଣି କରାଯାଇଥିଲା।ଏହି ମେଲଣ ଦେଖିବାକୁ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ବହୁ ଦର୍ଶକଙ୍କ ସମାଗମ ହୋଇଥିଲା।ମେଲଣ ର ଦୁଇ ଦିନ ପୂର୍ବରୁ ବିଭିନ୍ନ ପ୍ରକାରର ଦୋକାନ ବଜାର ଓ ଦୋଳି ଗୁଡ଼ିକ ନିଜର ସ୍ଥାନ ଅଧିକାର କରି ବ୍ୟବସାୟ ଆରମ୍ଭ କରିଥିଲେ ।ସଦର ପୋଲିସ ପକ୍ଷରୁ ଥାନା ଅଧିକାରିଣୀ ଚିନ୍ମୟୀ ବେହେରା ବ୍ୟାପକ ପୋଲିସ ମ୍ରୁତୟନ କରି ଶାନ୍ତି ଶ୍ରୁଂଖଳା ରକ୍ଷା କରିଥିଲେ।କମିଟି ର ସଭାପତି ଚୌଧୁରୀ ସତ୍ୟସୁନ୍ଦର ମହାପାତ୍ର ଙ୍କ ସମେତ ୫୨ ଖଣ୍ଡ ମୌଜାର ଠାକୁର ବାଡ଼ିର ପ୍ରତିନିଧି ଓ ପରିଚାଳନା କମିଟିର କର୍ମକର୍ତ୍ତା ବ୍ରଜ କିଶୋର ପାଢୀ,କୁଞ୍ଜ ବିହାରୀ ରାୟ,ସଚ୍ଚିଦାନନ୍ଦ ବିଶ୍ଵାଳ,ରମେଶ ଚନ୍ଦ୍ର ମିଶ୍ର,ସୂର୍ଯ୍ୟନାରାୟଣ ମିଶ୍ର,ଜିତେନ୍ଦ୍ର ବିଶ୍ଵାଳ,ପରମାନନ୍ଦ ସାହୁ,ଲକ୍ଷ୍ମୀଧର ସାହୁ,ହୃଷୀକେଶ ମାନ୍ଧାତା,ଶ୍ରୀଧର ସାହୁ,ବଳରାମ ପତି,ଗୌରାଙ୍ଗ ନାୟକ,ରଜନୀକାନ୍ତ ବିଶ୍ଵାଳ,ଅଶୋକ କୁମାର ମହାନ୍ତି,ଅଶ୍ଵିନୀ ବିଶ୍ଵାଳ, ବିପିନ୍ ବିହାରୀ ନାୟକ,ଚିତ୍ତରଞ୍ଜନ ପଣ୍ଡା,ସତ୍ୟରଞ୍ଜନ ବାରିକ,କରୁଣାକର ଲେଙ୍କା,ସତ୍ୟବ୍ରତ ନାୟକ,ଶାନ୍ତନୁ ନାୟକ,ଅନନ୍ତ ଚରଣ ନାୟକ,ପ୍ରବାଳ ନାୟକ,ମନ୍ମଥ ନାୟକ,ଦିବ୍ୟରଞ୍ଜନ ମହାନ୍ତି,ଗଣେଶ ପଣ୍ଡା,ତ୍ରୀଲୋଚନ ନାୟକ,ସଂଗ୍ରାମ କେଶରୀ ନାୟକ,ଅମରେଶ ପାଢ଼ୀ, ଭରତ ବିଶ୍ଵାଳ,ଅଖିଲେନ୍ଦ୍ର ମହାନ୍ତି,ଘନଶ୍ୟାମ ବାରିକ୍, ଭରତ ରାୟ, ଓ ବିଭିନ୍ନ ସ୍ବେଛାସେବୀ ସଂଗଠନ ଉପସ୍ଥିତ ରହି ମେଲଣକୁ ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *