କେନାଲ କଡ଼ରୁ ବିରଳ କୃଷ୍ଣ ମୂର୍ତ୍ତି ଉଦ୍ଧାର
ତିର୍ତ୍ତୋଲ:ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ତୁଳଙ୍ଗ ପଞ୍ଚାୟତ ବେଙ୍ଗୁଲିମଠ ଗ୍ରାମ ସ୍ଥିତ କେନାଲ କଡ଼ରୁ ମୁଗୁନି ପଥରରେ ନିର୍ମିତ ବିରଳ କୃଷ୍ଣ ମୂର୍ତ୍ତି ଉଦ୍ଧାର ହୋଇଛି | ସୂଚନା ମୁତାବକ ସେହି ଗ୍ରାମର ଭଗବାନ ଦାସ ବିଲରେ ମୁଗ ଷଣ୍ଢ ଖାଉଥିବା ଦେଖି ଷଣ୍ଢକୁ ଘୋଉଡାଇବା ପାଇଁ ବିଲକୁ ଗଲା ବେଳେ କେନାଲ କଡ଼ରୁ ଏହି ବିରଳ କୃଷ୍ଣ ମୂର୍ତ୍ତି ଉଦ୍ଧାର କରିଥିଲେ | ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାଇ ଗତବର୍ଷ ପଞ୍ଚବଟୀ ପଡିଆ ଠାରେ ଚାଲିଥିବା ଯାଦବ ଙ୍କ ଗୋଠ ମେଲଣ ପଡିଆ ନିକଟରେ ଥିବା ଛୋଟ ମନ୍ଦିର ଟିଏ ସେହି ମନ୍ଦିରରୁ ଶାଳ ଗ୍ରାମ ଓ ଛୋଟ ମୂର୍ତ୍ତି ଚୋରି ହୋଇଯାଇଥିଲା ।ଗୋଠ ମେଲଣ ରେ ଠାକୁର ଲାଗିଥିବା ଟଜାଡୁଆ ଏହି ମୂର୍ତ୍ତି ବିଷୟରେ ଭବିଷ୍ୟବଣୀ କରିଥିଲେ ଯେ, ଆସନ୍ତାବର୍ଷ ମେଳଣ ପୂର୍ବରୁ ନିଶ୍ଚିତ ଏହି ମୂର୍ତ୍ତି ମିଳିବ ବୋଲି | ଠିକ ବର୍ଷେ ପରେ ଏହି ମୂର୍ତ୍ତି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି | ଭଗବାନ ଦାସ ଏହି ମୂର୍ତ୍ତି କୁ ପାଇବା ପରେ ସ୍ଥାନୀୟ ଗୋଠ ମେଳଣ ପଡିଆ ନିକଟ ମନ୍ଦିର କୁ ଯାଇ ପୂଜକ ଙ୍କୁ ହସ୍ତାନ୍ତର କରିଛନ୍ତି |
