ନିଆରା ଢଙ୍ଗରେ ହୋଲିପର୍ବ ପାଳନ।
ତିର୍ତ୍ତୋଲ: ତିର୍ତ୍ତୋଲ ଅଞ୍ଚଳରେ ନୂଆ ରୂପରେ ପାଳିତ ହୋଇଯାଇଛି, ଏହି ହୋଲି ଉତ୍ସବ ରେ ଛୋଟ ପିଲା, ଯୁବପିଢ଼ି, ବୟସ୍କ ସମସ୍ତେ ଏଥିରେ ସାମିଲ ହୋଇଥାନ୍ତି , ବିଶେଷ କରି ହୋଲି ପର୍ବ ସାରା ଭାରତ ବର୍ଷରେ ପାଳନ କରୁଥିବା ବେଳେ ତିର୍ତ୍ତୋଲ ଅଞ୍ଚଳରେ ବଡ଼ ଧୁମ ଧାମରେ ପାଳନ କରାଯାଇଛି, ଏହି ଅଞ୍ଚଳର ଯୁବପିଢ଼ି ମାନେ ବାହାର ରାଜ୍ୟରେ କର୍ମ ସଂସ୍ଥାନରେ ଥିବାବେଳେ ଦୋଳ ପୁର୍ଣିମା ଛୁଟିରେ ଗାଁ କୁ ଆସିଥାନ୍ତି ଖାସ କରି ଏହି ଦିନକୁ କିଭଳି ଭାବରେ ଉପଭୋଗ କରିବେ ସେଥିପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଭରିରହିଥାଏ। ବିଶେଷ କରି କେମିକାଲ ରଙ୍ଗ, ନିଶାଦ୍ରବ୍ୟ ଠାରୁ ଦୁରେଇ ରଖିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ନାମେଣ୍ଟର ଆୟୋଜନ ହୋଇଥାଏ। ମା ଅମ୍ବିକା କ୍ଲବର ସଦସ୍ୟ ମାନଙ୍କ ଦ୍ୱରା ଅନୁଷ୍ଠିତ କରାଯାଇ ଥାଏ ବିଭିନ୍ନ ବର୍ଗର ପିଲାମାନଙ୍କୁ ନେଇ ଆଠଟି ଟିମ କରି ସେମାନଙ୍କ ମଧ୍ୟରେ ଟୁର୍ନାମେଣ୍ଟ ରେ ଖେଳ କରାଯାଏ । ଚମ୍ପିଆନ ଓ ରନର୍ସ ଟିମକୁ ଟ୍ରଫି ପ୍ରଦାନ ସହିତ ଏକ ନୈଶ୍ୟ ଭୋଜିର ଆୟୋଜନ ହୋଇଥାଏ। ଚଳିତ ବର୍ଷରେ ଏକ ନିଆରା ଜିନିଷ ଦେଖିବାକୁ ମିଳିଥିଲା। ଅଗ୍ରଣୀ ଅନୁଷ୍ଠାନ ମଦର ପକ୍ଷରୁ ଏକ ବ୍ୟାଙ୍କିଙ୍ଗ ଉପରେ ସଚେତନତା କର୍ମଶାଳା କରାଯାଇଥିଲା ଏହି କର୍ମଶାଳା ରେ କୋର୍ଡିନେଟର ନିଶାକର ଦାସ, ଅଂଶୁମାନ ଆଚାର୍ଯ୍ୟଙ୍କ ତତ୍ଵାବଧାନରେ ବ୍ୟାଙ୍କ ସମ୍ବଦ୍ଧିୟ ଯଥା ଇନ୍ସୁରାନ୍ସ, ସାଇବର ଫ୍ରର୍ଡ, ମନି ମ୍ୟୁଲ ଓ କେୱାସି ଭଳି ବ୍ୟାଙ୍କ ସମ୍ବଦ୍ଧିୟ ଜାଣିବା କଥାମାନ ପିଲା ଓ ଯୁବପିଢ଼ି ମାନଙ୍କ ମଧ୍ୟରେ ସଚେତନତା ଆଣିବା ପାଇଁ ଆଲୋଚନା କରାଯାଇଥିଲା। ମଦର ଅନୁଷ୍ଠାନ ପକ୍ଷରୁ ମ୍ୟାନ ଅଫ ଦ ସିରିଜ, ମ୍ୟାନ ଅଫ ଦ ଫାଇନାଲ ର ଖେଳାଳୀ ମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଏହି ଅଞ୍ଚଳର ବୁଦ୍ଧିଜୀବୀ ମାନେ ଏଭଳି ସଚେତନତା କାଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ମଦର ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଥିଲେ।
