ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି,ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ

ନବରଙ୍ଗପୁର ତା ୬.୩.୨୦୨୬: ଆଜି ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଆଶା,ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି,ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ , ସମ୍ମାନୀତ ଅତିଥି ଭାବେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ ଏବଂ ଅନ୍ୟ ଅତିଥି ଭାବେ ସି ଡି ଏମ ଓ ଡ଼ ମଳୟ ପ୍ରଧାନ , ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ, ଡ ସୁକାନ୍ତ ଶତପଥୀ, ଡି ଇ ଓ ଛତ୍ରପତି ସାହୁ,ଡି ଏସ ଡବ୍ଲୁ ଓ ଦ୍ରପୌଦୀ କହଁର ,ଡି ପି ଏମ (ଏନ୍ ଏଚ ଏମ) ଶଙ୍କର ଆଚାର୍ଯ୍ୟ ପ୍ରମୁଖ ମଞ୍ଚାସିନ ଥିଲେ।ଜିଲ୍ଲାର ସ୍ଵାସ୍ଥ୍ୟ ସେବାରେ ଗ୍ରାମ ସ୍ତରରେ କାର୍ଯ୍ୟରତ ଆଶା କର୍ମୀ,ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି,ମହିଳା ଆରୋଗ୍ୟ ସମିତି ମାନଙ୍କର ଅବଦାନକୁ ସମ୍ମାନୀତ କରାଯିବା ସହ ସ୍ବାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ,ସୁସ୍ଥ ଗାଁ ସୁସ୍ଥ ଜିଲ୍ଲା ଗଠନ କରିବା ଏହି ସମ୍ମିଳନୀ ର ମୁଖ୍ୟ ଉଦ୍ଦେଶ୍ୟ। ଏ ଡି ପି ଏଚ ଓ ଡ ମଳୟ ତ୍ରିପାଠୀ ସମ୍ମିଳନୀ ର ଉଦ୍ଦେଶ୍ୟ ଉପରେ ସମ୍ୟକ୍ ସୁଚନା ଦେଇଥିଲେ।ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଶ୍ରୀ ମାଝୀ ନିଜ ବକ୍ତବ୍ୟରେ ଜିଲ୍ଲାର ଗ୍ରାମଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବାରେ ସହଯୋଗ କରୁଥିବା ଆଶାକର୍ମୀଙ୍କ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିବା ସହ ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ସମସ୍ତଙ୍କ ସହଭାଗିତା କୁ ଗୁରୁତ୍ବ ଦେଇଥିଲେ।

ଜିଲ୍ଲାପାଳ ଡ଼ ସ୍ୱାଇଁ ଜିଲ୍ଲାରେ ଶତ ପ୍ରତିଶତ ଆନୁଷ୍ଠାନିକ ପ୍ରସବ, ଟୀକାକରଣ ଉପରେ ଗୁରୁତ୍ବ ଦେଇ ଆଶାକର୍ମୀ ଙ୍କୁ ପରାମର୍ଶ ଦେଇଥିଲେ ଏବଂ ସମସ୍ତେ ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ଓ ଏହା ଯେଭଳି ସମୁଲେ ଲୋପ ପାଇବ ତା ଉପରେ ସମସ୍ତେ ଚେଷ୍ଟା କରିବାକୁ କହିଲେ।ଜିଲ୍ଲାରେ ତୃଣ ମୂଳ ସ୍ତରରେ ସ୍ବାସ୍ଥ୍ୟ ସେବାଯୋଗାଇବା,ପୋଷଣ,ସ୍ୱଚ୍ଛତା ଅଭ୍ୟାସ,ସୁରକ୍ଷିତ ଆନୁଷ୍ଠାନିକ ପ୍ରସବ,ଟୀକାକରଣ,ସଂକ୍ରାମକ ଓ ଅଣ ସଂକ୍ରାମକ ରୋଗ ପ୍ରତିରୋଧ,ବିଭିନ୍ନ ସ୍ଵାସ୍ଥ୍ୟ ସମ୍ବନ୍ଧି ୟ ପ୍ରଚାର,ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସୁଧାର,ଗ୍ରାମ୍ୟ ସ୍ବାସ୍ଥ୍ୟ ଯୋଜନା ପ୍ରସ୍ତୁତି, ସରକାରୀ ସ୍ବାସ୍ଥ୍ୟ ଯୋଜନାର ସଫଳ ରୂପାୟନ ଏବଂ ସହଭାଗିତା ଦ୍ଵାରା ଆଜି ଗ୍ରାମ୍ୟ ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ଉନ୍ନତି ପରିଲକ୍ଷିତ ହୋଇଛି।ସ୍ବାସ୍ଥ୍ୟ ସେବା ଜିଲ୍ଲାରେ ୩ ଲକ୍ଷ ୧୫ ହଜାର ପରିବାର ପାଇଁ ବର୍ତ୍ତମାନ ୨୦୬୮ ଜଣ ଆଶା କର୍ମୀ,୮ ଜଣ ଆଶା ସାଥୀ ସ୍ବାସ୍ଥ୍ୟ ସେବାରେ ନିଯୁକ୍ତି ଅଛନ୍ତି।ଜିଲ୍ଲାରେ ୮୬୮ ଟି ଗାଁ କଲ୍ୟାଣ ସମିତି ଓ ୨୮୯ ଟି ଜନ ଆରୋଗ୍ୟ ସମିତି ମାଧ୍ୟମରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ଼ କରାଯାଉଛି।ଏହି ଅବସରରେ ୧୦ ଜଣ ଶ୍ରେଷ୍ଠ ଆଶାଙ୍କୁ ସ୍ବାସ୍ଥ୍ୟ ସେବା ସମ୍ମାନ,୪୦ ଜଣ ଙ୍କୁ ବ୍ଲକ୍ ସ୍ତରୀୟ ଶ୍ରେଷ୍ଠ ଆଶା,୧୦ ଟି ଗାଁ କୁ ସୁସ୍ଥ ଗାଁ ,୧୦ ଟି ଜନ ଆରୋଗ୍ୟ ସମିତି ଏବଂ ୯ ଟି ମହିଳା ଆରୋଗ୍ୟ ସମିତି କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଟ୍ରଫି ଓ ମାନପତ୍ର ସହ ସମ୍ମାନୀତ କରାଗଲା।ଏହା ସହିତ ସ୍ବାସ୍ଥ୍ୟ ସଂସ୍ଥା ଗୁଡ଼ିକର ସ୍ୱଚ୍ଛତା ଓ ସେବା ଗୁଣବତ୍ତା କୁ ଦୃଷ୍ଟିରେ ରଖି ୧୪୫ ଟି ସ୍ବାସ୍ଥ୍ୟ ସଂସ୍ଥାକୁ କାୟକଳ୍ପ ପୁରସ୍କାର,୪ ଟି ସ୍ବାସ୍ଥ୍ୟ ସଂସ୍ଥା କୁ ଏନ୍ କ୍ୟୁ ଏ ଏସ ମାନ୍ୟତା ଏବଂ ୬୦ ଟି ଶିକ୍ଷା ଅନୁଷ୍ଠାନକୁ ତମାଖୁ ମୁକ୍ତ ଅନୁଷ୍ଠାନ ଭାବେ ସମ୍ମାନୀତ କରାଗଲା।ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *