ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ନିଷ୍କ୍ରମଣ ଉତ୍ସବ
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ନିଷ୍କମଣ ଉତ୍ସବ ଅନୁଷ୍ଠିତ ସୋରଡ଼ା: ୮/୦୩/୨୦୨୬ ରିଖ ରବିବାର ଦିନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସୋରଡ଼ା ଠାରେ ନବମ ଓ ଦଶମ ଶ୍ରେଣୀର ନିଷ୍କ୍ରମଣ ଦିବସ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ଡ଼. ଶ୍ରୀନିବାସ ମିଶ୍ର ଙ୍କ କରକମଳରେ ପ୍ରଦ୍ବୀପ ପ୍ରଜ୍ବଳନ କରି ଉକ୍ତ କାର୍ଯ୍ୟକ୍ରମର ଆୟମାରମ୍ଭ କରିଥିଲେ। ବ୍ୟକ୍ତିଗତ ଜୀବନରେ ସେ ଜଣେ ସ୍ଥାନୀୟ ଦନ୍ତଚିକିତ୍ସକ ସହିତ ଆମ ବିଦ୍ୟାଳୟର ଜଣେ ପୂର୍ବ ଛାତ୍ର ମଧ୍ୟ ଅଟନ୍ତି। ଅନୁଷ୍ଠାନର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୁଃଖିଶ୍ୟାମ ସାହୁ ମହୋଦୟ ଅତିଥି ମହୋଦୟଙ୍କ ବ୍ୟକ୍ତିତ୍ୱକୁ ପରିପ୍ରକାଶ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁନୀଲ କୁମାର ରଥ ମହୋଦୟ ଉକ୍ତ ଦିବସର ଆଭିମୁଖ୍ୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ରୋହିତ କୁମାର ବିଷୋୟୀ, ଯୁଗ୍ମ ସମ୍ପାଦକ ଗୁରୁପ୍ରସନ୍ନ ପଟ୍ଟନାୟକ ଦଶମ ଶ୍ରେଣୀ ର ଶ୍ରେଣୀ ଆଚାର୍ଯ୍ୟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ମହୋଦୟ ଉପସ୍ଥିତ ଥିଲେ। ଅତିଥି ମହୋଦୟ ଶିଶୁଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ତୁମେ ଭବିଷ୍ୟତ ରେ ଯେତେ ବଡ ମଣିଷ ହେଲେ ମଧ୍ୟ ତୁମର ବିଦ୍ୟାଳୟକୁ କେବେ ମଧ୍ୟ ଭୁଲିବ ନାହିଁ। ଭବିଷ୍ୟତରେ ନିଜ ଲକ୍ଷ୍ୟ ସ୍ଥଳରେ ପହଂଚିବାକୁ ହେଲେ ତୁମକୁ ଶିକ୍ଷା ପ୍ରଦାନ କରିଥିବା ଗୁରୁଜୀ ଗୁରୁମା ଓ ପିତା ମାତାଙ୍କ ଆଶୀର୍ବାଦ ନିତାନ୍ତ ଅନିବାର୍ଯ୍ୟ। ତେଣୁ ଗୁରୁଜନ ପ୍ରଦାନ କରୁଥିବା ଉପଦେଶକୁ ଧେୟ ମନେ ନ କରି ତାକୁ ଉଚିତ ମାର୍ଗରେ ପ୍ରୟୋଗ କର। ସମସ୍ତ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ଅନୁଭୂତି ମୂଳକ କଥା ରଖିବା ସହିତ ନବମ ଶ୍ରେଣୀ ର ଭାଇ ଭଉଣୀ ମାନଙ୍କୁ ଉପଦେଶ ମଧ୍ୟ ପ୍ରଦାନ କରିଥିଲେ।ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ନାରାୟଣ ସାହୁ ମହୋଦୟ କୃତଜ୍ଞତା ଜ୍ଞାପନ କରିଥିଲେ। ପରେ ସମସ୍ତେ ଭୋଜନ କରି ପ୍ରସ୍ଥାନ କରିଥିଲେ।
