ପୁରୀ ଜଗନ୍ନାଥ ବଲ୍ଳଭ ଯୋଗ ବ୍ୟାୟମ ଅନୁଷ୍ଠାନ ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ.

ଜଗନ୍ନାଥ ବଲ୍ଳଭ ଯୋଗ ବ୍ୟାୟମ ଅନୁଷ୍ଠାନ ପୁରୀ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା,ଏହି ଯୋଗ ଅନୁଷ୍ଠାନର ଉପସଭାପତି ହରପ୍ରିୟା ସାହୁ, କଳ୍ପନା ମୁଦୁଲି, ରାମାମଣି ସାହୁ, ଅନ୍ନପୂର୍ଣା ସାହୁ, ଶୁଭଲକ୍ଷ୍ମୀ ପୂଜାପଣ୍ଡା,ଶାନ୍ତିଲତା ସାହୁ ଆମର ଯୋଗ ଗୁରୁ ରମେଶ ଚନ୍ଦ୍ର ପ୍ରଧାନ ଏବଂ ଆଶିଷ୍ ନାୟକ, ସଭାପତି ବିଶ୍ଵନାଥ ମିଶ୍ର, ସହଯୋଗୀ ଚନ୍ଦ୍ରଶେଖର ପାତ୍ର, ଗଦାଧର ପରିଡା,କ୍ଷେତ୍ରମୋହନ ସାହୁ, ସହଯୋଗ କରିଥିଲେ. ଆମ ଗ୍ରୁପ ର ସଦସ୍ୟା କଳ୍ପନା ମୁଦୁଲି, ଏବଂ ମମତା ମହାନ୍ତି ସୁସ୍ଥ ସମାଜ ଗଠନ ପାଇଁ ଯୋଗ ବ୍ୟାୟମ ର ଭୂମିକା ଉପରେ ଗୁରୁତ୍ଵ ଦେଇ ଯୋଗ ବ୍ୟୟାମ ର ଗୁରୁତ୍ଵ ଉପରେବାର୍ତ୍ତାଦେଇଥିଲେ. ମହିଳା

ଦିବସରେ ଆମ ଦେଶର ଉନ୍ନତି ପାଇଁ ମହିଳା ମାନଙ୍କୁ ସଶକ୍ତ ସୁସ୍ଥ ନାରୀ ସମାଜ ପାଇଁ ସମସ୍ତେ ଗୁରୁତ୍ବ ଦେଇଥିଲେ, ମହିଳା ମାନଙ୍କୁ ଶୀର୍ଷ, ସୁଯୋଗ, ସମର୍ଥନ, ନେତୃତ୍ୱ, ସୁରକ୍ଷା ମିଳିଲେ.ଆମେ ସମୃଦ୍ଧ ଦେଶ ଓ ସଶକ୍ତ ପରିବାର ଗଠନ କରିପାରିବା .1911 ମସିହାରେ ଏହି ମହିଳା ଦିବସ ଆରମ୍ଭ ହୋଇ 2026 ରେ ଆମେ ମହିଳାଙ୍କୁ କିପରି ସୁଯୋଗ ଦେଇଛୁ, ସମାନତା ଦେଇଛୁ, ତା ବଦଳରେ ଆମେ ପାଇବୁ ସୁସ୍ଥ ସମାଜ. ଶେଷରେ ଭାରତମାତାଙ୍କ ଜୟ ଗାନ କରି ମହିଳା ଦିବସ କୁ ସମାପନ କରାଯାଇଥିଲା.

Leave a Reply

Your email address will not be published. Required fields are marked *