ଚଳିତ ବର୍ଷ ଆର୍ଥିକ ବଜେଟ କୁ ନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଙ୍କ ସାମ୍ବାଦିକ ସମ୍ମିଳନୀ

Date-08/03/26- 2026-27 ଆର୍ଥିକ ବର୍ଷ ପାଇଁ ଗତ ଫେବୃଆରୀ 20 ତାରିଖରେ ବିଧାନସଭା ଗୃହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିଥିଲେ । ଯାହାକି ଐତିହାସିକ ଓ ଯୁଗାନ୍ତକାରୀ ବଜେଟ ବୋଲି ଆଜି ଜଗତସିଂହପୁର ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି । ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଙ୍କ ସହିତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଉପସ୍ଥିତ ଥିଲେ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ବଜେଟ ଆକଳନ ୩ ଲକ୍ଷ କୋଟି ଟଙ୍କା ରୁ ଅଧିକ ହୋଇଛି । ତେବେ ବିଶେଷକରି ଏହି ବଜେଟ ଯୁବବର୍ଗ, ମହିଳା, ଜନଜାତି ଓ ମଧ୍ୟବିତ୍ତଙ୍କୁ ସଶକ୍ତ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ଶିଳ୍ପାୟାନ, ପର୍ଯ୍ୟଟନ ଏବଂ ଭିତ୍ତିଭୂମି ର ବିକାଶକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଓଡ଼ିଶା ଏକ ବୃହତ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି । 2036 ମସିହା ବେଳକୁ 50ପ ମିଲିୟନ ଡଲାର ଆର୍ଥନୀତି ରେ ପହଞ୍ଚିବା ପାଇଁ ଆମେ ଯେଉଁ ଲକ୍ଷ ରଖିଛୁ ସେହି ଲକ୍ଷ ହାସଲ ଦିଗରେ ଆମେ ଆଗକୁ ବଢ଼ୁଛୁ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *